ମାଲକାନଗିରି ସୀମାରେ ମାଓ ହିଂସା,୩ଟି ବସ ,୩ଟି ଟ୍ରକ ଜାଳି ଦେବାସହ ଜଣଙ୍କୁ ଗୁଳିକରି ହତ୍ୟା

0

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ମାଓ ହିଂସା ଦେଖାଦେଇଛି । ମାଓବାଦୀମାନେ ତିନୋଟି ବସ ଓ ତିନୋଟି ଟ୍ରକ ଜାଳିଦେଇଥିବା ଅଭିଯୋଗ ହୋଇଛି । ଏହା ସହ ଚାକିରିରୁ ବହିଷ୍କୃତ ହୋଇଥିବା ମୁନା ସୋଡି ନାମକ କନେଷ୍ଟବଳଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

ଛତିଶଗଡ଼ ସୀମାନ୍ତ ମାଓପ୍ରବଣ ସୁକମା ଜିଲାର ଦୋରନାପାଲ ଥାନା ଅଞ୍ଚଳରେ ମାଓବାଦୀମାନେ  ସୋମବାର ରାତିରେ ଉପଦ୍ରବ ଭିଆଇଛନ୍ତି । ଦୋରନାପାଲ ଥାନା ଅଧୀନ କୁର୍ତ୍ତା ନିକଟରେ ମାଓବାଦୀମାନେ ତେଲେଙ୍ଗାନା ରାଜ୍ୟ ପରିବହନ ନିଗମର ଏକ ଘରୋଇ ବସ୍‌ ସମେତ ୬ଟିଗାଡ଼ିକୁ ଜାଳି ଦେଇଛନ୍ତି । ସୂଚନା ଅନୁସାରେ ରାତି ପ୍ରାୟ ୧୦ଟା ୧୫ ସମୟରେ ମାଓବାଦୀମାନେ ଗାଡ଼ିଗୁଡ଼ିକୁ ରାସ୍ତାରେ ଅଟକାଇଥିଲେ । ଯାତ୍ରୀମାନେ ଓହ୍ଲାଇଯିବା ପରେ ଗାଡ଼ିଗୁଡ଼ିକରେ ମାଓବାଦୀମାନେ ନିଅାଁ ଲଗାଇ ଦେଇଥିଲେ । ଯାତ୍ରୀମାନେ ନିକଟରେ ଥିବା ସିଆରପିଏଫ ଶିବରରେ ଶରଣ ନେଇଛନ୍ତି ।  ଘଟଣାସ୍ଥଳକୁ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବାହନୀଙ୍କୁ ପଠାଯାଇଛି ।

Leave A Reply