ନିଜ ନାମରୁ ଖାନ ଶବ୍ଦ ହଟାଇଲେ ମଲାଇକା

0

ମୁମ୍ବଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ନିଜର ମେଡଲିଂ ପାଇଁ ଯେତିକି ଚର୍ଚ୍ଚାରେ ରହିଥାନ୍ତି, ବର୍ତ୍ତମାନ ଅଭିନେତା ଅର୍ଜୁନ କାପୁରଙ୍କ ସହ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି। ବହୁତ ଶୀଘ୍ର ଏହି ଦୁଇଜଣ ବିବାହ କରିବା ନେଇ ମଧ୍ୟ ସୂଚନା ମିଳିଛି। ବଲିଉଡ ନିର୍ଦ୍ଦେଶକ ଅରବାଜ ଖାନଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ଦୁହେଁ ଅଲଗା ହୋଇ ରହୁଛନ୍ତି। ଏହାକୁ ନେଇ ମଲାଇକା ଅରୋଡା ନିଜର ଇଷ୍ଟାଗାମ ଆକାଉଣ୍ଟରୁ ଖାନ ହଟାଇ ଦେଇଛନ୍ତି। ପାଖାପାଖି ୨ବର୍ଷ ବିବାହ ବିଚ୍ଛେଦ ପରେ ମଲାଇକା ନିଜ ନାମ ପଛରୁ ଖାନ ହଟାଇଛନ୍ତି।
ମଲାଇକା ଓ ଅରବାଜ ଦୀର୍ଘ ୧୯ ବର୍ଷ ପର୍ଯ୍ୟନ୍ତ ବିବାହ ସମ୍ପର୍କରେ ରହିବାପରେ ଏହି ଛାଡପତ୍ର ହୋଇଥିଲା। ମଲାଇକାଙ୍କ ନିଜ ନାମରୁ ଖାନ ହଟାଇବା ଅର୍ଜୁନଙ୍କ ସହ ସମ୍ପର୍କକୁ ସବୁଜ ସଙ୍କେତ ଦେଖାଇଥିବା ଅନୁମାନ କରାଯାଉଛି।
ସେହିପରି ଅରବାଜ ମଧ୍ୟ ନିଜ ଜୀବନରେ ଆଗକୁ ବଢିଛନ୍ତି। କିଛିଦିନ ହେବ ଜାର୍ଜିଆ ଏଣ୍ଡିଆନିଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳୁଛି।

Leave A Reply