ବାଘୁଆ ମହୁମାଛି ଆକ୍ରମଣରେ ଜଣେ ମୃତ

0

ବଣାଇ – ବଣାଇ ବ୍ଲକ କଷଡା ପଞ୍ଚାୟତର ଚିକଟନାଳୀ ଗ୍ରାମର ସ୍ୱର୍ଗତ ଚୁଳିଆ କିସାନଙ୍କ ପୁତ୍ର ଗୋବିନ୍ଦ କିସାନ(୩୨) ବାଘମହୁମାଛି ଆକ୍ରମଣରେ ଗତକାଲି ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,ଗତ ୧୪ ତାରିଖଦିନ ସ୍ୱର୍ଗତ ଗୋବିନ୍ଦ କିସାନ ତାଙ୍କ ସାଥୀମାନଙ୍କ ସହିତ ଦାନ୍ତକାଠି,ଶାଳପତ୍ର ଓ ଛତୁ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସଂଗ୍ରହ କରି ଫେରୁଥିବାବେଳେ ମଧ୍ୟାହ୍ନ ପ୍ରାୟ ୧.୩୦ଟା ସମୟରେ ଜଙ୍ଗଲ ମଧ୍ୟରୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲେ। ସେଥିରେ ଗୋବିନ୍ଦ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ହଠାତ ଗତକାଲି ତାଙ୍କ ଦେହ ଗୁରୁତର ହେବାରୁ ପରିବାରବର୍ଗ ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତି ହୋଇଯିବାରୁ ଶୁକ୍ରବାର ଟିକାୟତପାଲି ଥାନାରେ ଲିଖିତଭାବେ ପରିବାରପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଭିତ୍ତିରେ ପୁଲିସ ଅଧିକାରୀ କେ.ସି.ବେହେରା ଓ ପି.କେ.ରାଉତ ଥାନାରେ ଏକ ଅପମୃତ୍ୟୁ ମାମଲା(୯/୨୦୧୮)ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ପରେ ଶବବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।

Leave A Reply