ହକି ବିଶ୍ୱକପ ଉଦଘାଟନୀରେ ୧୧ ଶହ କଳାକାରଙ୍କ ସହ ନାଚିବେ ମାଧୁରୀ

0

ଦିନ କେଇଟା ପରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଅନୁଷ୍ଠିତ ହେବ । ଏଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱର ଯେତିକି ସଜେଇ ହୋଇଛି, ସେତିକି ବଲିଉଡର କଳାକାରମାନେ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ତାରକା ଖଚିତ ହେବାର ଆଶା କରାଯାଉଛି । ତେବେ ଏହି ଉଦଘାଟନୀ ଉତ୍ସବକୁ ଆହୁରି ସ୍ମରଣୀୟ କରିବ ବଲିଉଡର ଧକ୍ ଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ନୃତ୍ୟ । ଦି ଆର୍ଥ ସଙ୍ଗର ଥିମ ରେ ଏଗାର ଶହ କଳାକାରଙ୍କ ସହିତ ମାଧୁରୀ ଅନବରତ ନୃତ୍ୟ ପରିବେଷଣ କରିବେ ବୋଲି ସୂଚନା ମିଳିଛି । ୪୦ ମିନିଟ ଧରି ମଞ୍ଚରେ ମାଧୁରୀ ଦି ଆର୍ଥ ସଙ୍ଗର ଥିମ ପରିବେଷଣ କରିବେ । ମଞ୍ଚ ଉପରେ ୫ଟି ପର୍ଯ୍ୟାୟରେ ପରିବେଷଣ କରାଯିବ । ଏଥିରେ ଓଡିଶୀ ସହ ମୋହିନୀ ଆଟ୍ଟମ, କଥକ, କ୍ଲାସିକାଲ, ଜାଜ, ବାଲେଟ ଏବଂ ଡାଇଲଗ ଡ୍ରାମା ଓ ସଙ୍ଗୀତ ସାମିଲ ରହିଛି । ମାଧୁରୀ ମଦର ଆର୍ଥ ଭୂମିକାରେ ଅଭିନୟ କରିବେ । ଏହାର ନିର୍ଦ୍ଦେଶନା ଓ ସଂଳାପ ନୂପୂର ମହାଜନ କରିଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ସିଆମେକ୍ ଦାବର ଦେଇଛନ୍ତି । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ରଞ୍ଜିତ ବାରୋଟ ଦେଇଛନ୍ତି ।

Leave A Reply