ଆସିଲେ ରେହମାନ ଓ ମାଧୁରୀ ; କିଙ୍ଗଖାନ ଓ ଭାଇଜାନଙ୍କୁ ଅପେକ୍ଷା

0

ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର ରେହେମାନ ଓ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ହକି ବିଶ୍ୱକପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟରୁ ହୋଟେଲକୁ ନିଆଯାଇଥିଲା। ମଙ୍ଗଳବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଉଦଘାଟନ ମହୋତ୍ସବରେ ନିଜର ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିବେ। ସେହିପରି ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଶାହାରୁଖ ଖାନ ଯୋଗଦେବେ। ଅନ୍ୟପକ୍ଷରେ ବଲିଉଡର ଭାଇଜାନ ସଲମନ ଖାନ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ରେହେମାନଙ୍କ ସହ ଯୋଗଦେବେ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି।

Leave A Reply