୩ ଦିନ ଧରି ମା’ଭଟ୍ଟାରିକାଙ୍କ ମନ୍ଦିର ବନ୍ୟାଜଳ ଘେରରେ

0

ବଡ଼ମ୍ବା : ଲଗାତର ଗତ ୩ଦିନ ଧରି ବଡ଼ମ୍ବାର ଅଧିଷ୍ଟାତ୍ରୀ ଦେବୀ ମା’ଭଟ୍ଟାରିକାଙ୍କ ମନ୍ଦିର ବେଢା ଦେଇ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ମନ୍ଦିର ପାଦଦେଶ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ଅପୂର୍ବଦୃଶ୍ୟ ଦେଖିବାକୁ ପ୍ରତ୍ୟହ ମନ୍ଦିର ବେଢାରେ ଶହ ଶହ ଦର୍ଶନାର୍ଥୀଙ୍କ ଭିଡ଼ ଜମୁଥିବା ଦେଖାଯାଉଛି। ମନ୍ଦିର ଗର୍ଭଗୃହକୁ ବନ୍ୟାଜଳ ପ୍ରବେଶ କରି ନଥିବାରୁ ବନ୍ୟାଜଳ ଭିତରେ ପଶି ପୂଜକମାନେ ମନ୍ଦିର ଭିତରକୁ ଯାଇ ଦେବୀଙ୍କ ଦୈନନ୍ଦିନ ନୀତି ଏବଂ ପୂଜାର୍ଚ୍ଚନା ଯଥାରୀତି କରୁଥିବା କହିଛନ୍ତି। ଶନିବାର ସକାଳୁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ପ୍ରତି ମୂହୁର୍ତ୍ତରେ ସେବାୟତମାନେ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ପ୍ରମୁଖ ପୂଜକ ଶିରିଶ ରଣା କହିଛନ୍ତି। ସୂଚନାଥାଉକି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାସ୍ଥିତି ଉପୁଜିଲେ ମା’ଙ୍କ ବିଜେ ପ୍ରତିମା ନିକଟସ୍ଥ ପାହାଡ଼ି ମନ୍ଦିରକୁ ବିଜେ କରନ୍ତି ଏବଂ ସେହିଠାରେ ଦେବୀଙ୍କ ପୂଜାର୍ଚ୍ଚନା ଅସ୍ଥାୟୀଭାବେ କରାଯିବାର ବିକଳ୍ପ ବ୍ୟବସ୍ଥା ରହିଛି।

Leave A Reply