ଅଭିଯାନରୁ ଅନେକ କିଛି ନୂଆ ଶିକ୍ଷା ମିଳିଛି : ମୋଦୀ

ସକାଳ ୮ଟା ଦେବେ ଉଦବୋଧନ

0

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ସଫଳ ଯାତ୍ରାର ଆଶା ଭରସା ଥିବା ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁ ନଥିଲେ ହେଁ ଏହି ଅଭିଯାନରୁ ଆମକୁ ଅନେକ କିଛି ନୂଆ ଶିକ୍ଷା ମିଳିଛି। ସମ୍ପୂର୍ଣ୍ଣ ସଫଳତା ପାଇ ନଥିଲେ ବି ଏଥିରେ ନିରାଶ ନ ହୋଇ ଧୈର୍ଯ୍ୟର ସହ ଆଗାମୀ ଅନୁସନ୍ଧାନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି। ବିକ୍ରମ ଠାରୁ ଇସ୍ରୋର ସମ୍ପର୍କ ଛିନ୍ନ ପରେ ବୈଜ୍ଞାନିକମାନଙ୍କ ନିରାଶ ମନୋଭାବକୁ ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଉତ୍ସାହ ବଢ଼ାଇବାକୁ ଯାଇ କହିଥିଲେ ‘‘ଜୀବନରେ ଉତ୍‌ଥାନ ପତନ ଲାଗି ରହିଛି। ଏହି ଯାତ୍ରା ପଥରେ ଆମେ ଯେତିକି ଅଗ୍ରସର ହୋଇଛି ସେଥିପାଇଁ ଆପଣମାନେ ପ୍ରଶଂସାର ପାତ୍ର। ଧୈର୍ଯ୍ୟ ନ ହରାଇ ସାହସୀ ହୁଅ, ଯାହା ଆଗାମୀ ଦିନରେ ସଫଳତାର ବାଟ ଦେଖାଇବ।’’

Leave A Reply