ଗହଣା ଦୋକନରୁ ବନ୍ଧୁକଧାରୀ ଲୁଟେରା ପ୍ରାଣ ବିକଳରେ ପଳାଇଲେ, ଦେଖନ୍ତୁ ଭିଡିଓ

0

ଟରୋଣ୍ଟୋ .- କାନାଡାର  ରାଜଧାନୀ ଟରୋଣ୍ଟୋ ନିକଟରେ ଥିବା ମିସିସିଗି ସହରରେ ଏକ ଭାରତୀୟ ଗହଣା ଦୋକାନରୁ ଦିନ ଦ୍ୱିପହରରେ ଲୁଟ ଉଦ୍ୟମ ହୋଇଥିଲା। ଅଶୋକ ଜୁଏଲରସ୍‌ ନାମକ ଦୋକନରେ ୪ ଜଣ ଲୁଟୋରା ଦୋକାନର କାଚ ଭାଙ୍ଗି ପଶିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ହାତରେ ବନ୍ଧୁକ ଥିଲା । ଦୋକାନ ଭିତରେ ଜଣେ ମହିଳା ଗ୍ରାହକ ଥିଲେ  । ଦୋକାନର ମାଲିକ ସେଠାରେ ଉପସ୍ଥିତ ନ ଥିଲେ । ଲୁଟେରା ମାନେ ମୁଖା ପିନ୍ଧିବା ସହ ହାତୁଡିରେ ଦୋକାନର କାଚ ଭାଙ୍ଗି ଦୋକନ ଭିତରକୁ ପଶିଥିଲେ ।

ଏତିକି ବେଳେ ସେଠାରେ ଥିବା ୩ ଜଣ କର୍ମଚାରୀ ଖଣ୍ଡା ଧରି ସେମାନଙ୍କୁ ଗୋଡାଇଥିଲେ । ଲୁଟେରାମାନେ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ , କର୍ମଚାରୀମାନେ ସେମାନଙ୍କୁ  ଖଣ୍ଡା ଦେଖାଇ ଭୟଭୀତ କରିଥିଲେ  । ସେଠାରେ ଥିବା ସିସି ଟିଭିରେ ସମସ୍ତ ବିଷୟ କଏଦ ହୋଇଥିଲା । ଏକ କଳା ରଙ୍ଗର ଏସ୍‌ୟୁଭି ଗାଡ଼ିରେ ଲୁଟେରାମାନେ ପ୍ରାଣ ବିକଳରେ ପଳାଉଥିବା ଦେଖିବାକୁ ମିଳିଛି ।

Leave A Reply