୩ଟି ମନ୍ଦିରରୁ ଲୁଟ୍‍ ଅଭିଯୋଗ

0

ବାଲୁଗାଁ : ନୟାଗଡ଼ ଜିଲା ବାଲୁଗାଁ ସହ ଅନ୍ୟ ଦୁଇଟି ସ୍ଥାନରେ ଥିବା ପୃଥକ୍‍ ୩ଟି ମନ୍ଦିରରୁ ହୁଣ୍ଡି ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‍ ହୋଇଛି। ସୂଚନା ଅନୁସାରେ, ବାଲୁଗାଁ ବ୍ଲକ୍‍ ଗୋପୀନାଥପୁର ମା’ ବାଟ ମଙ୍ଗଳା ମନ୍ଦିର, ବାଣପୁର ବ୍ଲକ୍‍ ମଠପାଟଣାର ମା’ଙ୍କ ମନ୍ଦିର ଓ ତେନ୍ତୁଳିଡିହି ଶ୍ୟାମସୁନ୍ଦରୀ ମନ୍ଦିରରୁ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ତେବେ କେତେ ପରିମାଣର ଅଳଙ୍କାର ଓ ଟଙ୍କା ଲୁଟ୍‍ ହୋଇଛି ତାହା ଏଯାବତ୍‍ ସ୍ପଷ୍ଟ ହୋଇନି।

Leave A Reply