ସୋରରେ ପୁଣି ପଲ​ସର ଆତଙ୍କ ; ଝାମ୍ପି ନେଲେ ୩ ଲକ୍ଷ ଟଙ୍କା 

0

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋରରେ ପୁଣି ପଲସର ଆତଙ୍କ ଦେଖିବାକୁ ମିଳିଛି । ଶିକ୍ଷକଙ୍କ ଠାରୁ ଲୁଟେରାମାନେ ତିନି ଲକ୍ଷ ଟଙ୍କା ଝାମ୍ପି  ନେଇଛନ୍ତି । ଆଶୋକ ନଗର ଅଞ୍ଚଳରୁ ଦୁଇ ଯୁବକ ବାଇକରେ ପିଛା କରି ଶିକ୍ଷକଙ୍କ ଠାରୁ ଏହି ଟଙ୍କା ଲୁଟି ନେଇଛନ୍ତି। ଉଲାସ ଖଡଗପୁର ଗ୍ରାମର ବଟକୃଷ୍ଣ ବାରିକ ମୁଳିସିଂ ହାଇସ୍କୁଲର ଶିକ୍ଷକତା କରନ୍ତି ।

ବୁଧବାର ଏସବିଆଇରୁ ଲୋନ୍ କରି ୩ ଲକ୍ଷ ଟଙ୍କା ଉଠାଇ ଭଉଣୀ ଘରକୁ ଫେରୁଥିବା ବେଳେ ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ବଟକୃଷ୍ଣ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି।

Leave A Reply