ଲୋକପାଳ ନିଯୁକ୍ତି ପ୍ରସଙ୍ଗ : ଜାନୁୟାରୀ ୩୦ରୁ ଆନ୍ନାଙ୍କ ଆମରଣ ଅନଶନ

0

ନୂଆଦିଲ୍ଲୀ : ସମାଜସେବୀ ଆନ୍ନା ହଜାରେ ପୁଣିଥରେ ଆମରଣ ଅନଶନ କରିବାକୁ ସୂଚନା ଦେଇଛନ୍ତି। ଶନିବାର ଆନ୍ନା ହଜାରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ଆନ୍ନା କହିଛନ୍ତି ଜାନୁୟାରୀ ୩୦ ତାରିଖ ଠାରୁ ସେ ନିଜ ଗ୍ରାମରେ ଆମରଣ ଅନଶନରେ ବସିବେ। କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରୁନଥିବାରୁ ସେ ଏହି ଆମରଣ ଅନଶନ କରୁଥିବା କହିଛନ୍ତି।
ଆନ୍ନା ହଜାରେଙ୍କ କହିବା ଅନୁସାରେ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଲୋକସଭାରେ ବିରୋଧୀ ଦଳରେ କୌଣସି ବରିଷ୍ଠ ନେତା ନଥିବାରୁ ଲୋକପାଳ ନିଯୁକ୍ତ କରାଯାଇପାରୁନଥିଲା ଓ ପରେ କହିଥିଲେ ଯେ ଚୟନ କମିଟିରେ କୌଣସି ବିଚାରପତି ନଥିବା ହେତୁ ଏହାର ନିଯୁକ୍ତ ହୋଇପାରୁନାହିଁ। ସେ ଆହୁରୀ କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚ ୨୩ରୁ ରାମଲୀଲା ମଇଦାନରେ ଆମରଣ ଅନଶନରେ ବସିଥିଲେ କିନ୍ତୁ, ତାଙ୍କ ଦାବିକୁ କାର୍ଯ୍ୟକାରୀ କରିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ତରଫରୁ ଆଶ୍ୱସନା ଦିଆଯାଇଥିଲା। ଯାହା ଅକ୍ଟୋବର ୨ ତାରିଖ ଭିତରେ ସମାପ୍ତ କରିବାକୁ କୁହାଯାଇଥିଲା। ପରେ ଆନ୍ନା ହଜାରେ ଅକ୍ଟୋବର ୨ ତାରିଖ ଠାରୁ ନିଜ ଗ୍ରାମ ସଲେଗନ ସିଦ୍ଧି ଠାରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ପୁଣି ଥରେ ଆଶ୍ୱସନା ଦିଆଯାଇଥିଲା ଯାହାର ସମୟ ସୀମା ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ରହିଛି। କେନ୍ଦ୍ର ସରକାର ଲୋକପାଳ ଏବଂ ଲୋକାୟୁକ୍ତ ନିଯୁକ୍ତି ଦେବାକୁ ଚାହୁଁ ନଥିବା ଆନ୍ନା ହଜାରେ ଅଭିଯୋଗ କରିଛନ୍ତି।

Leave A Reply