ନିର୍ବାଚନ ପୂର୍ବରୁ ହୋଇପାରେ ଦଙ୍ଗା:ଆମେରିକା ଗୁଇନ୍ଦା ରିପୋର୍ଟ

0

ନୂଆଦିଲ୍ଲୀ: ଭାରତରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ସମୟରେ ଆମେରିକାର ସିନେଟରେ ଉପସ୍ଥାପନ କରାଯାଇ ଥିବା ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ବିଜେପି ନିର୍ବାଚନ ପୂର୍ବରୁ ହିନ୍ଦୁ ରାଷ୍ଟ୍ରବାଦ ଉପରେ ଅଧିକ ଗୁରୁତ୍ୱ ଦେବ ତେବେ ଦେଶର ସାମ୍ପ୍ରଦାୟିକ ହିଂସା ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଉକ୍ତ ରିପୋର୍ଟ ସେହି ମୂଲ୍ୟାଙ୍କନର ଅଂଶବିଶେଷ ଯାହା ଉପରେ ବିଶ୍ୱରେ ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇ ଥାଏ। ଏହାକୁ ଆମେରିକାର ଡାଇରେକ୍ଟର ଅଫ ନ୍ୟାସନାଲ ଇଣ୍ଟେଲିଜେନ୍ସ ଡନ୍‍ କୋଟ୍ସ ପ୍ରସ୍ତୁତ କରିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ପ୍ରତି ବର୍ଷ ପ୍ରାରମ୍ଭରେ ସବୁ ଗୁଇନ୍ଦା ସଂସ୍ଥାର ସୂଚନାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥାଏ। ଏଥିରେ ବିଶ୍ୱରେ ସବୁ ଘଟଣାକ୍ରମକୁ ମୂଲ୍ୟାଙ୍କନ କରାଯାଇ ଥାଏ। ଉପରୋକ୍ତ ରିପୋର୍ଟ ପ୍ରସ୍ତୁତିରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦେଶକ ଜୀନା ହାସ୍ପେଲ, ଡାଇରେକ୍ଟର କ୍ରିଷ୍ଟଫିୟାର ଓ ଡିଆଇଏ ନିର୍ଦେଶକ ରବାର୍ଟ ଏଶ୍ଲେ ସାମିଲ ଅଛନ୍ତି।

Leave A Reply