ପାରିକରଙ୍କ ଇସ୍ତଫା ଦାବିରେ ଶୋଭାଯାତ୍ରା

0

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରା ବାହାରି ପାରିକରଙ୍କ ଘରୋଇ ବାସଭବନରେ ପହଞ୍ଚି ତାଙ୍କର ଇସ୍ତଫା ପାଇଁ ୪୮ଘଣ୍ଟିଆ ମହଲତ ଦେଇଛନ୍ତି। କଂଗ୍ରେସର ଏହି ଶୋଭାଯାତ୍ରାରେ ଏନସିପି ଓ ଶିବସେନା ସାମିଲ ହୋଇଥିଲା। ପାରିକର ଏବେ ଅସୁସ୍ଥ ଥିବାବେଳେ ରାଜ୍ୟ ଶାସନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ବିରୋଧୀ ଦଳଗୁଡିକ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଅସୁସ୍ଥତା ଯୋଗୁଁ ପାରିକର ୯ମାସ ଡାକ୍ତରଖାନାରେ ରହିଥିଲେ। ଏବେ ସେ ଡାକ୍ତରଖାନାରୁ ବାହାରିଥିଲେ ମଧ୍ୟ ଘରେ ରହି ଚିକିତ୍ସିତ ହେଉଛନ୍ତି।

Leave A Reply