ଗୋଲାପି ରଙ୍ଗର ଓଠ ପାଇଁ ସହଜ ଘରୋଇ ଉପାୟ

0

ଗୋଲାପି ରଙ୍ଗର ଓଠ ସଭିଁଙ୍କୁ ଖୁବ ପସନ୍ଦ ହୋଇଥାଏ। ଯେଉଁ ମାନଙ୍କର ଓଠର ରଙ୍ଗ ଗୋଲାପି ନୁହେଁ , ସେମାନେ ବିଭିନ୍ନ ରଙ୍ଗର ଲିପଷ୍ଟିକ୍‍ ବ୍ୟବହାର କରିଥାଆନ୍ତି। ବଜାର ହେଉ ଅଥବା ଭ୍ରମଣରେ ଗଲା ବେଳେ ଲିପଷ୍ଟିକ ବ୍ୟବହାର ଏକ ସାଧାରଣ କଥା ଅଟେ। ମାତ୍ର ଯାହାର ଓଠର ରଙ୍ଗ କଳାଭଳି ଲାଗେ ସେମାନେ ସର୍ବଦା ଏହି ଲିପଷ୍ଟିକକୁ ବ୍ୟବହାର କରିଥାଆନ୍ତି। ମାତ୍ର ଏହି ଲିପଷ୍ଟିକକୁ ସର୍ବଦା ବ୍ୟବହାର କରିବା ଦ୍ୱାରା ଏହାକୁ ଓଠ ପାଇଁ ଲାଭ ଦାୟକ ହୋଇନଥାଏ। କିଛି ସାଧାରଣ ଘରୋଇ ଉପଚାର ଅବଲମ୍ବନ କରି ଆମେ ଓଠକୁ ନରମ, ଗୋଲାପି ଓ ସୁନ୍ଦର କରିପାରିବା। ଜାଣନ୍ତୁ , ଏହି ସବୁ ଉପାୟ କ’ଣ………………….


ଦାନ୍ତ ଘଷିବା ବ୍ରସ୍‍ – ଏହାକୁ ଦାନ୍ତ ଘଷିବାରେ ବ୍ୟବହୃତ କରିବା ସହ, ଖାଲି ବ୍ରସ୍‍କୁ ଧୀରେ ଧୀରେ ଓଠରେ ୭ରୁ ୮ମିନିଟ ଘଷିବା ଦ୍ୱାରା କଳା ରଙ୍ଗର ଓଠରେ ରଙ୍ଗର ପରିବର୍ତ୍ତନ ହୋଇଥାଏ।


ଗ୍ଲିସରିନ୍‍ – ଓଠର ଯତ୍ନ ନେବା ନିମନ୍ତେ ଗ୍ଲିସରିନ୍‍ ଓ ଲେମ୍ବୁକୁ ଭଲ ଭାବେ ମିଶ୍ରଣ କରି ଏହାକୁ ନିୟମିତ ଲଗାଇଲେ ଓଠର ରଙ୍ଗରେ ବହୁ ପରିବର୍ତ୍ତନ ହୋଇଥାଏ। ବହୁ ଶ୍ରୀଘ୍ର ଓଠର ରଙ୍ଗ ଗୋଲାପି ମଧ୍ୟ ହୋଇଥାଏ।


ଚିନି ଓ ଲେମ୍ବୁ – ଲେମ୍ବୁ ରସରେ ଚିନି ମିଶାଇ ଏହି ମିଶ୍ରଣକୁ ଓଠରେ ଲଗାଇଲେ ଏହା ବହୁ ଉପକାରୀ ହୋଉଥାଏ। ନିୟମିତ ଏକ ମାସ ଲଗାଇଲେ ଓଠର ରଙ୍ଗ ଗୋଳାପି ହୋଇଯାଏ।


ବିଟ୍‍ର ରସ – ବିଟ୍‍କୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ ) କରି ଏହାର ରସକୁ ନିୟମିତ ଏକ ମାସ ଲଗାଇଲେ ମଧ୍ୟ ଓଠର ରଙ୍ଗ ସଂପୂର୍ଣ୍ଣ ଗୋଲାପି ହୋଇଯାଏ।

Leave A Reply