ରକ୍ତବର୍ଣ୍ଣ ଚନ୍ଦ୍ର ସହ ଦୀର୍ଘତମ ଚନ୍ଦ୍ର ଗ୍ରହଣକୁ ଆଉମାତ୍ର ତିନି ଦିନ ବାକି

0

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ଅମାବସ୍ୟା ତିଥିରେ  ଚନ୍ଦ୍ର୍ ଗ୍ରହଣ ହେବ । ଜୁଲାଇ ୨୭ ତାରିଖରୁ ଏହି ଚନ୍ଦ୍ର ଗ୍ରହଣ, ମଧ୍ୟରାତ୍ରି ପରେ ବି ଜୁଲାଇ ୨୮ ତାରିଖରେ ଦେଖାଯିବ । ଏହା ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ର୍ ଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ରକ୍ତ ବର୍ଣ୍ଣର ଜହ୍ନ ଦେଖାଯିବ । ସୂର୍ଯ୍ୟଙ୍କର ବିଛୁରିତ କିରଣ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାରୁ ଏପରି ହେବ । ଏହି ଚନ୍ଦ୍ର ଗ୍ରହଣ ଭାରତରେ ବି ଦୃଶ୍ୟମାନ ହେବ । ଶୁକ୍ରବାର ରାତିରେ ଏହି ଚନ୍ଦ୍ରଗ୍ରହଣ ହେବ । ଆକାଶ ମେଘମୁକ୍ତ ରହିଲେ ଓଡିଶାରେ ବି ଏହି ଚନ୍ଦ୍ର ଗ୍ରହଣ ଦେଖିହେବ ।

ଏହି ମହାଜାଗତିକ ଦୃଶ୍ୟ ଦୀର୍ଘ ୪ ଘଣ୍ଟା ପାଇଁ ଦୃଶ୍ୟମାନ ହେବ ।  ଚଳିତ ବର୍ଷ ଜାନୁଆରୀ ମାସରେ ବି ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖା ଯାଇଥିଲେ । ଏହି ମହାଜଗତୀୟ ଘଟଣା ମାତ୍ର ୪୫ ମିନିଟ ପାଇଁ ହୋଇଥିଲା । ଭାରତରେ ମଧ୍ୟ ରାତ୍ରରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

Leave A Reply