ଲିମ୍‍କା ବୁକ୍‍ରେ ସ୍ଥାନ ପାଇଲେ ଓ‌‌ଡିଆ ପୁଅ ଇମ୍ରାନ୍‍

0

ଭୁବନେଶ୍ୱର : ତମାଖୁ ସେବନ ବିରୋଧୀ ଅଭିଯାନ ଚଳାଇଥିବା ଯୁବ ସମାଜସେବୀ ମହମ୍ମଦ ଇମ୍ରାନ୍‍ ଅଲ୍ଲୀ ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ମେ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଇମ୍ରାନ୍‍ଙ୍କର ବାର୍ତ୍ତା ୧୯ଟି ରାଜ୍ୟର ୫୪ଟି ଗୋଷ୍ଠୀ ବେତାର କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିଲା ଯାହାକି ଏକ ରେକର୍ଡ ଥିଲା। ଏହି ଉପଲବ୍ଧି ପାଇଁ ଶ୍ରୀ ଇମ୍ରାନ୍‍ଙ୍କୁ ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡରେ ସ୍ଥାନ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଇମ୍ରାନ୍‍ ଭଦ୍ରକ ଜିଲା କାଜି ସାହି ସ୍ଥିତ ମହମ୍ମଦ ଗୋଲାମ କୁତବାନୀ ଓ ସ୍ୱର୍ଗତ ଅମରୁନ୍‍ ନିଶାଙ୍କର ସୁପୁତ୍ର ଅଟନ୍ତି। ଦେଶର ସମସ୍ତ ବିଦ୍ୟାଳୟକୁ ତମାଖୁ ମୁକ୍ତ କରିବା ସହ ପିଲାମାନଙ୍କ ଦ୍ୱାରା କୌଣସି ପ୍ରକାର ତମାଖୁ ଜାତୀୟ ପଦାର୍ଥ ନ ମଗାଇବା ପାଇଁ ସେ ଆହ୍ୱାନ ଦେଇଥିଲେ।

Leave A Reply