ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କ ପତ୍ନୀଙ୍କର କର୍କଟରେ ନିଧନ

0

ନୂଆଦିଲ୍ଲୀ . – ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କର ପତ୍ନୀ ମିନାଲ ମୋଦି କର୍କଟରେ ପୀଡିତ ଥିଲେ ।  ୬୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଲଳିତ ମୋଦି ଏକ ଭାବାତ୍ମକ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି ।  ୧୯୯୧ ମସିହାରେ ଲଳିତ ମୋଦି ଓ ମିନାଲ ମୋଦିଙ୍କର ବିବାହ ହୋଇଥିଲା ।  ମାତ୍ର ସେ ବିବାହର ୭ ବର୍ଷ ପରେ କର୍କଟରେ ପୀଡିତ ହୋଇଥିଲେ ।ଚଳିତ ବର୍ଷ ଡିସେମ୍ବର ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି ।

ମିନାଲଙ୍କର ଏହି ଦ୍ୱିତୀୟ ବିବାହ ଥିଲା । ପ୍ରଥମ ବିବାହରେ ତାଙ୍କର ଜାକ ସର୍ଗାନିଙ୍କ  ସହ ହୋଇଥିଲା । ପରେ ସେ ଲଳିତ ମୋଦିଙ୍କ ସହ ବିବାହ କରିଥିଲେ । ପ୍ରଥମ ବିବାହରେ ମିନାଲଙ୍କର ଗୋଟିଏ ଝିଅ ଥିବା ବେଳେ ଦ୍ୱିତୀୟ ବିହାରେ ୨ଟି ସନ୍ତାନଙ୍କର ଜନନୀ ହୋଇଥିଲେ ମିନାଲ ।

Leave A Reply