ପୁଲିସ ଗୁଳିରେ ମହିଳା ମାଓବାଦୀ ନିହତ

0

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତରୁ ୫ କିମି ଦୂର ଦଣ୍ଡିପଦର ଗ୍ରାମରେ ଜଣେ ମହିଳା ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଜଣାଯାଇଛି। ଏଠାରେ ଏକ ମାଓ ଶିବିର ଚାଲିଥିବା ଖବର ପାଇ ଛତିଶଗଡ଼ ରାଜ୍ୟ ସୁକୁମା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ଛାନଭିନ୍‍ କରିଥିଲା। କମ୍ବିଂ ଅପରେସନ ଚାଲିଥିବାବେଳେ ଦଣ୍ଡିପଦର ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ଦରଭା ମାଓ ଡିଭିଜନର ଡେପୁଟି କମାଣ୍ଡର ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିସ୍ଫୋରକ, ବ୍ୟାନର ଓ ପୋଷ୍ଟର ଜବତ କରାଯାଇଥିବା ଓ ଏବେ ବି କୁମ୍ବିଂ ଅପରେସନ ଚାଲିଥିବା ସୁକୁମା ଆରକ୍ଷୀ ଅଧୀକ୍ଷକ ଅଭିଷେକ ମୀନା ସୂଚନା ଦେଇଛନ୍ତି।

Leave A Reply