ମହିଳା ଆଇନଜୀବୀକୁ ବଳାତ୍କାର ଅଭିଯୋଗରେ ଆଇନଜୀବୀ ଗିରଫ

0

ନୂଆଦିଲ୍ଲୀ: ସାକେତ ଜିଲା କୋର୍ଟରେ ଜନୈକା ମହିଳା ଆଇନଜୀବୀଙ୍କୁ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ମହିଳା ଆଇନଜୀବୀଙ୍କୁ ତାଙ୍କ ସହଯୋଗୀ ଆଇନଜୀବୀ ବଳାତ୍କାର କରିଥିବା ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପିଡିତା ମହିଳା ଆଇନଜୀବୀ କୌଣସି କାମରେ ରାତିରେ କୋର୍ଟ ପରିସରକୁ ଯାଇଥିଲେ। ସେହିଠାରେ ଏଭଳି ବର୍ବର କାଣ୍ଡ ଭିଆଇ ଥିଲେ ଆଇନଜୀବୀ ଜଣକ। ଅଭିଯୁକ୍ତ ଆଇନଜୀବୀ ଜଣକ କୌଣସି କାର୍ଯ୍ୟ ବାହାନାରେ ଉକ୍ତ ମହିଳା ଆଇନଜୀବୀଙ୍କୁ କୋର୍ଟ ପରିସରକୁ ଡକାଇ ଥିଲେ। ଏପରିକି ବଳାତ୍କାର ପୂର୍ବରୁ ମହିଳା ଆଇନଜୀବୀଙ୍କୁ ମଦ ପିଆଇ ଏଭଳି ଅପରାଧ ଘଟାଇଥିଲେ ଅଭିଯୁକ୍ତ। ପୁଲିସ ମହିଳା ଆଇନଜୀବୀଙ୍କ ଡାକ୍ତରୀମଇନା କରିବା ସହ ତାଙ୍କ ଅଭିଯୋଗ ରେକର୍ଡ଼ ଭୁକ୍ତ କରାଇଛି। ପି କେ ଲାଲ(୫୪) ନାମକ ଆଇନଜୀବୀଙ୍କ ସହଯୋଗୀ ଭାବେ ୩୨ବର୍ଷିୟା ମହିଳା ଆଇନଜୀବୀ କାର୍ଯ୍ୟ କରୁଥିଲେ। ଏହାର ସୁଯୋଗ ନେଇ ଏଭଳି ଜଘନ୍ୟ କାଣ୍ଡକୁ ଘଟାଇଥିଲେ ଅଭିଯୁକ୍ତ ବୋଲି ମହିଳା ଜଣକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Leave A Reply