ନୌସେନାରେ ମହିଳା ନାବିକ ନିଯୁକ୍ତିକୁ ସବୁଜ ସଙ୍କେତ

0

ନୂଆଦିଲ୍ଲୀ: ନୌସେନା ବାହିନୀରେ ମହିଳାଙ୍କୁ ନାବିକ ଭାବରେ ନିଯୁକ୍ତ ମିଳିବ। ଶୁକ୍ରବାର ଦିନ ସମାପ୍ତ ନୌସେନା ଅଧିକାରୀଙ୍କ ତିନିଦିନିଆ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ନୌସେନା ଜାହାଜରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ନୌସେନାରେ ମହିଳାଙ୍କୁ ନିଯୁକ୍ତ ଦିଆଯାଉଥିଲେ ହେଁ ସେମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। କେବଳ ଆଇଏଲ୍‍ ୩୮ ଓ ପି ୮ଆଇ ବିମାନରେ ସେମାନେ ସମୁଦ୍ର ମଧ୍ୟକୁ ଯାଇପାରୁଛନ୍ତି। ଏହି ନୂଆ ନିଷ୍ପତ୍ତି ପରେ ମହିଳାମାନେ ଜାହାଜରେ ସମୁଦ୍ର ଭିତରକୁ ଯାଇପାରିବେ। ନୌସେନାରେ ୬୩୯ ଜଣ ମହିଳା ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ମେଡିକାଲ୍‍ ଅଧିକାରୀ ଅଛନ୍ତି।

Leave A Reply