ଯୁବତୀ ଚାଲାଣ ଉଦ୍ୟମ ଅଭିଯୋଗ, ୩ ଅଟକ

0

ଗଞ୍ଜାମ: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଯୁବତୀ ଚାଲାଣ ଉଦ୍ୟମକୁ ଗ୍ରାମବାସୀମାନେ ଭଣ୍ଡୁର କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳୁ ଭୁବନେଶ୍ୱରରୁ ଆସିଥିବା ୨ ଜଣ ମହିଳା ଓ ଜଣେ ପୁରୁଷ ଗ୍ରାମର ଘରକୁ ଘର ବୁଲି କେତେକ ନିର୍ଦିଷ୍ଟ ଯୋଗ୍ୟତା ଥିବା ଝିଅଙ୍କୁ ଅନୁସନ୍ଧାନ କରୁଥିଲେ। ଭୁବନେଶ୍ୱରରେ ଏଭଳି ଝିଅ ମାନଙ୍କୁ ଏକ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସେମାନେ କହିଥିଲେ । ତେବେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନ ରହିବାରୁ ଗ୍ରାମବାସୀ ଏ ସମ୍ପର୍କରେ ପାଟପୁର ଥାନାକୁ ଖବର ଦେଇଥିଲେ । ଗ୍ରାମକୁ ଆସିଥିବା ୩ ଜଣିଆ ଦଳରେ ଉକ୍ତ ଗ୍ରାମର ଜଣେ ମହିଳା ସାମିଲ ଅଛନ୍ତି । ଉକ୍ତ ମହିଳା ଜଣକ ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ତାଙ୍କୁ ଦେଖି କିଛି ଗ୍ରାମବାସୀ ସନ୍ଦେହ ପ୍ରକଟ କରିଥିଲେ । ପୁଲିସ ୩ ଜଣଙ୍କୁ ପାଟପୁର ଥାନା ନେଇ ଜେରା କରୁଛି ।

Leave A Reply