ଛାତରୁ ଖସି ଶ୍ରମିକ ଗୁରୁତର

0

ବ୍ରହ୍ମପୁର: ଘର କାମ ଚାଲିଥିବା ବେଳେ ଛାତରୁ ଖସି ଜନୈକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ଫୁଲବାଣୀ ମସଜିଦ ରୋଡ଼ ସ୍ଥିତ ଜଗନ୍ନାଥ ମାର୍କେଟ ନିକଟରେ ସ୍ଥାନୀୟ ଶଗଡ଼ିଆ ସାହିର ପ୍ରଦିପ ପ୍ରଧାନ ଏକ କୋଠା କାମ କରୁଥିଲେ । ସେହି ସମୟରେ ଦ୍ବିତୀୟ ମହଲା କୋଠା ଉପରୁ କୌଣସି କାରଣବଶତଃ ତଳେ ପଡ଼ିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply