କଂଗ୍ରେସ ଅସୁବିଧା ସୃଷ୍ଟି କରୁଥିବା କହିନାହିଁ: କୁମାରସ୍ୱାମୀ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଦଳୀୟ ସଭାରେ କାନ୍ଦିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଏଥିପାଇଁ କଂଗ୍ରେସକୁ ଦାୟୀ କରାଯାଉଛି। କାରଣ କୁମାରସ୍ୱାମୀଙ୍କ ନେତୃତ୍ୱ କର୍ଣ୍ଣାଟକ ସରକାରରେ କଂଗ୍ରେସ ସହଯୋଗୀ ଦଳ ରହିଛି। ତେବେ ମେଣ୍ଟ ସରକାର ଚଳାଇବାରେ କଂଗ୍ରେସ ଅସୁବିଧା ସୃଷ୍ଟି କରୁଥିବା ବିଷୟକୁ କୁମାରସ୍ୱାମୀ ଅସ୍ୱୀକାର କରିଛନ୍ତି। ମଙ୍ଗଳବାର କୁମାର ସ୍ୱାମୀ କହିଛନ୍ତି ଯେ ଦଳୀୟ ସଭାରେ ସେ ଯେଉଁ ଲୁହ ଗଡାଇଥିଲେ ତାହା ତାଙ୍କର ଅସହାୟତା ବୋଧ ନୁହେଁ କି କଂଗ୍ରେସ ବିରୋଧରେ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ଦଳୀୟ ସଭାରେ ଭାବପ୍ରବଣ ହେବାରେ କିଛି ଅସୁବିଧା ନାହିଁ। କାରଣ ଦଳ ହେଉଛି ପରିବାର ଭଳି। ମାତ୍ର ଗଣମାଧ୍ୟମ ତାଙ୍କର ଏହି ଭାବପ୍ରବଣତାକୁ ଭୁଲ ଉପସ୍ଥାପନ କରିଛି। ସେ କହିଛନ୍ତି ‘ ମୁଁ ଜଣେ ଭାବପ୍ରବଣ ଲୋକ; ମାତ୍ର ଏହା ମୋର ଅସହାୟତାର ପରିଚୟ ନୁହେଁ। ମୁଁ କୌଣସି ସରକାରୀ କାର୍ଯ୍ୟକ୍ରମରେ କାନ୍ଦି ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ କଠୋର ପଦକ୍ଷେପ ନେଉଛି।’ ଶନିବାର କୁମାରସ୍ୱାମୀ ଏକ ଦଳୀୟ ବୈଠକରେ କହିଥିଲେ ଯେ ମେଣ୍ଟ ସରକାର ଚଳାଇବା ତାଙ୍କ ପାଇଁ ବହୁତ କଷ୍ଟକର ହେଉଛି। ଏପରି କି ସରକାର ଚଳାଇବା ପାଇଁ ସେ ପ୍ରତିଦିନ ଯେଉଁ କଷ୍ଟ ସ୍ୱୀକାର କରୁଛନ୍ତି ତାହା ‘ବିଷ’ ସଦୃଶ।

Leave A Reply