ଚୋରା ମଦ ଗାଡି ସହ ବ୍ୟାପକ ମଦ ଜବତ

0

କୁଜଙ୍ଗ : ଶୁକ୍ରବାର ଭୋରରୁ କୁଜଙ୍ଗର ଅବକାରୀ ବିଭାଗର ଏକ ଟିମ୍ ଗୋରେଖନାଥ ରେଳ ଫାଟକ ନିକଟରେ ଗୋଟିଏ ଚୋରାମଦ ଗାଡି ଉପରେ ଚଢଉ କରି ବ୍ୟପକ ମଦ ସହ ଗାଡି ଓ ୨ ଜଣ ବେପାରୀଙ୍କୁ ଗିରଫ କରିଛି। ଖୋର୍ଦ୍ଧାରୁ ଏକ ଚୋରା ମଦ ରାକେଟ୍ ର ଏକ ଗ୍ୟାଙ୍ଗ୍ ଚୋରାମଦ ନେଇ ଯାଉଥିବା ସୂଚନା ପାଇ କୁଜଙ୍ଗ ଅବକାରୀ ଅଧିକାରୀ ପ୍ରବୀନ୍ କୁମାର ପ୍ରଧାନ ଓ ତାଙ୍କ ଟିମ୍ ସହକାରୀ ଅଧିକାରୀ ପ୍ରସନ୍ନ ପାଣି, ପ୍ରକାଶ ରାଉତ, ଚିତ୍ତରଞ୍ଜନ ଦାସ ଓ ସୌମ୍ୟରଞ୍ଜନ ସାହୁ ପ୍ରମୁଖ ଚଢଉ କରି ଗୋଟିଏ ଗାଡି ସହ ୨ ଜଣଙ୍କୁ ଅଟକ ରଖି ପଚାରଉଚରା ଚଳାଇଛି। ଦୁଇ ଅଟକଙ୍କ ନାମ ବାଲିକୁଦା ଥାନା ଇଛାପୁର ଗ୍ରାମର ନୀରଞ୍ଜନ ସାହୁଙ୍କ ପୁଅ ମୁକେଶ ସାହୁ(୨୫) ଓ ଅନ୍ୟ ଜଣେ ହେଲେ ସେହି ଗ୍ରାମର ଗଙ୍ଗାଧର ନାୟକଙ୍କ ପୁଅ ରାକେଶ ନାୟକ(୨୦)। ଏମାନଙ୍କ ଠାରୁ ୧୦୦ଟି ୧୮୦ ମିଲିର ଡୁପ୍ଲିକେଟ୍ ମଦ ସହ ବ୍ୟପକ ପରିମାଣର ଚୋରା ମଦ ଜବତ କରିଛି।

Leave A Reply