ଭଗବାନ ଶ୍ରୀକୃଷ୍ଣଙ୍କ ସହ ୮ ଅଙ୍କର ସମ୍ବନ୍ଧ

0

ସାରା ଭାରତରେ ଖୁବ ଆଡମ୍ବର ଓ ଜାକଯମକର ସହ ଜନ୍ମାଷ୍ଟମୀ ପାଳନ କରାଯିବ। ଏହି ବର୍ଷ ସେପ୍ଟେମ୍ବର ୨ତାରିଖରେ ଜନ୍ମାଷ୍ଟମୀ ପାଳନ କରାଯିବ। ହିନ୍ଦୁ ପରମ୍ପରା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ଅଧା ରାତିରେ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରେ ୮ ଅଙ୍କ ଏକ ବିଶେଷ ମହତ୍ୱ ରହିଛି।ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ହୋଇଥିଲା। ସେହି ସମୟରେ ଚନ୍ଦ୍ରମା ରୋହିଣୀ ନକ୍ଷତ୍ରରେ ଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜାତକରେ ରାହୁକୁ ଛାଡି ଅନ୍ୟ ଗ୍ରହମାନେ ନିଜ ରାଶିର ଉଚ୍ଚରେ ରହିଥିଲେ।
କୃଷ୍ଣଙ୍କ ଜନ୍ମ ଦ୍ୱାରା ୮ ଅଙ୍କର ସଂଯୋଗରେ ଅନେକ ରହସ୍ୟ ଲୁଚି ରହିଛି। ଶ୍ରୀକୃଷ୍ଣଙ୍କ ଜନ୍ମ ରାତି ଆଠଟା ସମୟରେ ହୋଇଥିଲା। ସେତେବେଳେ ରୋହିଣୀ ନକ୍ଷତ୍ର ତଥା ଅଷ୍ଟମୀ ତିଥି ଥିଲା ଯାହାର ସଂଯୋଗରେ ଜୟନ୍ତି ନାମକ ଯୋଗ ରହିଥିଲା।୮ ଅଙ୍କର ବିଶେଷତ୍ୱ:
ଯେଉଁ ବ୍ୟକ୍ତିଙ୍କ ଜନ୍ମ କୌଣସି ମାସର ୮, ୧୭ ଓ ୨୬ ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୮ ହୋଇଥାଏ। ମୂଲ୍ୟାଙ୍କ ୮ର ସ୍ୱାମୀ ଶନି ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କ୍ରୁର ଗ୍ରହ ବୋଲି କୁହାଯାଇଛି। ଭାଗ୍ୟକୁ ଉଭୟ ଭଲ ଓ ଖରାପ ଏହି ଗ୍ରହ କରିଥାନ୍ତି। ଶନିଙ୍କ ସ୍ଥିତି ଅନୁକୂଳ ହୋଇଥିଲେ ଏହି ମୂଲ୍ୟାଙ୍କର ବ୍ୟକ୍ତି ସର୍ବଦା କାର୍ଯ୍ୟରେ ସଫଳତା ପାଇଥାନ୍ତି। ଏହି ମୂଲ୍ୟାଙ୍କର ବ୍ୟକ୍ତିମାନେ ସର୍ବଦା ସଚ୍ଚୋଟ ହୋଇଥାନ୍ତି।ଭଗବାନ କୃଷ୍ଣଙ୍କ ଅବତାରରେ ବିଷ୍ଣୁ ପୃଥିବୀରେ ଅଷ୍ଟମ ଅବତାର ନେଇଥିଲେ। ତେଣୁ ୮ ଅଙ୍କ ଭଗବାନ କୃଷ୍ଣଙ୍କ ପାଇଁ ବିଶେଷ ମହତ୍ୱ ରଖିଥାଏ।
କଂସ ବଧ ନିମନ୍ତେ ଶ୍ରୀକୃଷ୍ଣ ମାତା ଦେବକୀ ଓ ପିତା ବାସୁଦେବଙ୍କ ଅଷ୍ଟମ ସନ୍ତାନ ରୂପେ ଜନ୍ମ ନେଇଥିଲେ। ଭଗବାନ କୃଷ୍ଣ ନିଜେ ତାଙ୍କ ମାମୁଁ କଂସର ସର୍ବନାଶ କରିଥିଲେ।
ଭଗବାନ କୃଷ୍ଣଙ୍କର ଆଠୋଟି ପତ୍ନୀ ଥିଲେ। ଯାହାଙ୍କୁ ଅଷ୍ଟଭାର୍ଯ୍ୟା ବୋଲି କୁହାଯାଉଥିଲା। ଏହା ସହ ଭଗବାନ କୃଷ୍ଣ ୧୬,୧୦୦ଜଣ ରାଣୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ। ଏହି ରାଣୀଙ୍କ ମୋଟ ସଂଖ୍ୟା ମୂଲ୍ୟାଙ୍କ ୮ ଅଟେ।ଭଗବତ ଗୀତାରେ ଅଷ୍ଟମ ଅଧ୍ୟାୟର ଅଷ୍ଟମ ଶ୍ଲୋକରେ ଭଗବାନ କୃଷ୍ଣଙ୍କ ଉପଦେଶ ଲିଖିତ ହୋଇଛି।
ଭଗବାନ କୃଷ୍ଣ ପ୍ରାୟ ୧୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ ବୋଲି ଅନୁମାନ କରାଯାଇଛି। ଏହାର ମୂଲ୍ୟାଙ୍କ ମଧ୍ୟ ୮ ଅଟେ।
ଅଙ୍କ ଶାସ୍ତ୍ରରେ ୮ ଅଙ୍କ ଶନିଦେବଙ୍କର ଅଟେ। ତେଣୁ ଶନିଦେବ ଓ ଭଗବାନ କୃଷ୍ଣଙ୍କର ବିଶେଷ ସମ୍ବନ୍ଧ ରହିଛି।

Leave A Reply