କନ୍ତିମଳା -ସନ୍ତରସ ବ୍ରିଜର ଶିଳାନ୍ୟାସ କଲେ କାକଟପୁର ବିଧାୟକ

0

କୋଣାର୍କ : କାକଟପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସୁତନ ଗ୍ରାମ ପଞ୍ଚାୟତର ଖାଲକଟାପାଟଣା ଲୁଣା ଘେରି ବନ୍ଧ ନିର୍ମାଣ କାର୍ୟ୍ୟ ପାଇଁ ନିମାପଡ଼ା ଜଳ ସମ୍ପଦ ବିଭାଗ ପକ୍ଷରୁ ୪କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ୟ୍ୟ କରାଯାଇଛି। ସେହିପରି କୋଣାର୍କ ନିକଟସ୍ଥ ଅବଦାନ ଗ୍ରାମ ପଞ୍ଚାୟତର କାଦୁଆ ନଦୀ ଉପରେ କନ୍ତିମଳା -ସନ୍ତରସ ଠାରେ ୬କୋଟି ଟଙ୍କା ବ୍ୟୟରେ ଏକ ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ନିମାପଡ଼ା ଜଳ ସମ୍ପଦ ବିଭାଗ ପକ୍ଷରୁ ଖାଲକଟାପାଟଣା ଲୁଣା ଘେରି ବନ୍ଧ ନିର୍ମାଣ ପାଇଁ ୪କୋଟି ୭୦ଲକ୍ଷଟଙ୍କା ବ୍ୟୟ ରେ ଲୁଣା ଵନ୍ଧ ର ମାଟି କାର୍ୟ୍ୟ, ପଥର ପ୍ୟାକିଂ ଓ ଗାଡ ଓଵ୍ଵ୍ଲ ନିର୍ମାଣ କାର୍ୟ୍ୟର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଉଦ୍ଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡଃ କୁଳମଣି ସାମଲ ,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ପ୍ରମୁଖ ଯୋଗଦେଇଥିଲେ। ଏହି ଲୁଣାବନ୍ଧ ନିର୍ମାଣ ହେଵା ଫଳରେ ସୁତନ ଓ ତରକୋର ଗ୍ରାମ ପଞ୍ଚାୟତର ୧୫ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ଫସଲ ନଷ୍ଟ ସମାସ୍ୟା ଓ ଵନ୍ୟା ଦାଉରୁ ରକ୍ଷା କରିବା ପାଇଁ ଵିଶେଷ ସହାୟକ ହେବ ବୋଲି ଵିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ପ୍ରକାଶ କରିଛନ୍ତି। ପରେ ପରେ କୋଣାର୍କ ନିକଟସ୍ଥ ଅବଦାନ ଗ୍ରାମ ପଞ୍ଚାୟତ ର କାଦୁଆ ନଦୀ ଉପରେ କନ୍ତିମଳା-ସନ୍ତରସ ବ୍ରିଜ ନିର୍ମାଣ କାର୍ୟ୍ୟ ପାଇଁ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ଟଙ୍କା ର ପ୍ରକଳ୍ପ କାର୍ୟ୍ୟର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଶିଳାନ୍ୟାସ କରିଥିଲେ । ଏହି ନିର୍ମାଣ କାର୍ୟ୍ୟ ପାଇଁ ଦୀର୍ଘ ୧୦ଧରି କନ୍ତିମଳା, କୋତାଂଗ ,ସନ୍ତରସ ଓ ଉପୁଳା ସମେତ ୧୫ଗୋଟି ଗ୍ରାମର ଶତାଧିକ ଗ୍ରାମବାସୀ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଆସୁଥିଲେ। ଏହି ଵ୍ରିଜ ଶିଳାନ୍ୟାସ ଉତ୍ସବରେ କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟା କାମିନୀବାଳା ବିଶ୍ଵାଳ, କାକଟପୁର ଵିଜେଡି ସଭାପତି ପ୍ରାଣନାଥ ମଲ୍ଲିକ ସମେତ କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply