କୋଣାର୍କର ସ୍ଥିତାବସ୍ଥା ଅନୁଧ୍ୟାନ କଲେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ

0

କୋଣାର୍କ : ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କରିବାସହ ଐତିହ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଏସଆଇ ଭୁବନେଶ୍ବର ସର୍କଲ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ପାଳନ କରାଯାଉଥିବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଵୁଧବାର ପୂର୍ବାହ୍ନ ୧୧ଘ ୩୦ମିନିଟ୍ ସମୟରେ କେନ୍ଦ୍ର ସରକାରଙ୍କ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏଏସଆଇ ଭୁବନେଶ୍ବର ସର୍କଲ ପକ୍ଷରୁ ଆୟୋଜିତ ଐତିହ୍ୟ ସ୍ଥଳୀର ସଂରକ୍ଷଣ ସମ୍ବଧୀୟ ପ୍ରଦର୍ଶନୀକୁ ଵୁଲି ଦେଖିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଭୁବନେଶ୍ବର ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକଙ୍କ ଠାରୁ ସୂର୍ଯ୍ୟ ମନ୍ଦିରର ସ୍ଥିତାବସ୍ଥା ସମ୍ଵନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ସହ ଏହାର ସ୍ଥାୟୀ ସଂରକ୍ଷଣ ଦିଗରେ ଏଏସଆଇ କତୃପକ୍ଷ ସଵୁଵେଳେ ଚେଷ୍ଟିତ ଓ ଏ ଦିଗରେ ତାହାର ବିକାଶର କାର୍ଯ୍ୟଧାରା ଅଵ୍ୟାହତ ରଖିବ ବୋଲି ସୂଚନା ଦେଇଥିଲେ। ପରେ ପରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଲାଲ୍ ଵିଭାଗ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପରିସରରେ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ କରାଯାଇଥିବା ଐତିହ୍ୟ ପ୍ରଦର୍ଶନୀକୁ ଵୁଲି ଦେଖିବା ସହ ଐତିହ୍ୟ ସମ୍ଵନ୍ଧରେ ଵ୍ୟବହାରିକ ଓ ଶିକ୍ଷଣୀୟ ତଥ୍ୟ ହାସଲ ଦିଗରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମନ୍ଦିର ପ୍ରଵେଶ ଵାଵଦ ଶୁକ୍ଳ ଟିକଟ ବ୍ୟବସ୍ଥାରେ ଏଏସଆଇ କତୃପକ୍ଷଙ୍କ ଠାରେ କଳାବଜାରୀ ହେଉଥିବା ଘଟଣାରେ ଅତିରିକ୍ତ ଏଏସଆଇ ମହାନିର୍ଦ୍ଦେଶକ ଶ୍ରୀ ଲାଲ୍ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ଦାୟିତ୍ବରେ ଥିବା ଏଏସଆଇ ଅଧିକାରୀ ଚିତ୍ତ ରଞ୍ଜନ ଦାଶଙ୍କୁ ଏହାର ଅନୁଧ୍ୟାନ କରି ଵିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଵିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଶୌଚାଳୟ, ପାନୀୟ ଜଳ ଯୋଗାଣ, ମନ୍ଦିର ପରିସରରେ ଜମୁଥିବା ବର୍ଷା ଜଳକୁ ନିଷ୍କାସନ ପାଇଁ ସ୍ଥାୟୀ ଡେନ୍ରେଜ ଵ୍ୟବସ୍ଥାର ସୁବନ୍ଦୋବସ୍ତ କରାଯିବା ସହ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସଵୁ ପ୍ରକାର ମୌଳିକ ସୁବିଧା ଉପଲବ୍ଧ ହେବ ବୋଲି ଏହି ଅବସରରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଲାଲ୍ ପ୍ରକାଶ କରିଛନ୍ତି।

Leave A Reply