ବାଗୁଂରିଗାଁ ଓ ନାସିକେଶ୍ବର ପଂଚାୟତରେ ଵିଜେଡିର ଜନ ସଂପର୍କ ପଦଯାତ୍ରା

0

କୋଣାର୍କ : କୋଣାର୍କ ନିକଟସ୍ଥ ୮ନଂ ଜୋନ ଅଧିନସ୍ଥ ଵାଂଗୁରୀଗାଁ ଓ ନାସିକେଶ୍ବର ଗ୍ରାମ ପଞ୍ଚାୟତରେ କାକଟପୁର ନିର୍ବାଚନ ମଣ୍ଡଳୀ ଵିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଵାଗଂରୀଗାଁ ଵିଜୁଜନତା ଦଳ ସଭାପତି ନାରାୟଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗଦେଇ ଗାଁ ଗାଁ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶର ଵାର୍ତା ପ୍ରଚାର ପ୍ରସାର କରିବା ସହ ଵିଭିନ୍ନ ସରକାରୀ ଯୋଜନା ଗୁଡିକରେ ଅଧିକରୁ ଅଧିକ ଲୋକମାନଙ୍କୁ ସାମିଲ କରି ଏହାର ସଫଳ କିଭଳି ଭାବରେ ଜନସାଧାରଣ ପାଇ ପାରିବେ ସେଥିପାଇଁ ସାମଗ୍ରିକ ପ୍ରୟାସ ଜାରିରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଵୋଲି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଗୁଂରୀଗାଁ ହାଟ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଵାଗୁଂରୀଗାଁ ଓ ନାସିକେଶ୍ବର ପଂଚାୟତର ଵିଭିନ୍ନ ଗ୍ରାମ ବୁଲିଥିଲେ। ଏହି ପଦଯାତ୍ରା ରେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା କାମିନୀ ବାଳା ଵିଶ୍ଵାଳ, କାକଟପୁର ବ୍ଲକ ଵିଜେଡି ସଭାପତି ପ୍ରାଣନାଥ

Leave A Reply