କଲକାତାର ପାର୍କ ଷ୍ଟ୍ରିଟ୍‌ରେ ଭୟାବହ ଅଗ୍ନିକାଣ୍ଡ

0

କଲକାତା: ସୋମବାର କଲକାତାର ଜନଗହଳିପୂର୍ଣ୍ଣ ଏକ ପାର୍କ ଷ୍ଟ୍ରିଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଟ୍ଟାଳିକାର ଆଠ ମହଲାରେ ଥିବା ବାଣିଜ୍ୟ ଭବନର ସର୍ଭର୍‌ ରୁମ୍‌ରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁକୁ ଆୟତ କରିବା ପାଇଁ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଏହି ଅଘଟଣ ସୋମବାର ଦିନ ପୂର୍ବାହ୍ନରେ ଘଟିଥିବା ଜଣାପଡିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି ବୋଲି ସହରର ମେୟର୍‌ ତଥା ଅଗ୍ନିଶମ ସେବା ମନ୍ତ୍ରୀ ଶୋଭନ ଚଟ୍ଟୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Leave A Reply