ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ୧୦୦୦ ଟେଷ୍ଟ ରନ୍‌

0

ବର୍ମିଂହାମ : ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ ସ୍କୋର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସଂପ୍ରତି ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ୨ୟ ଦିନରେ କୋହଲି ଏହି କୃତିତ୍ୱର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ସିରିଜ ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁବାକୁ କୋହଲି ୨୩ ରନ ଆବଶ୍ୟକ କରୁଥିଲେ। ବେନ୍‍ ଷ୍ଟୋକ୍‍ସଙ୍କ ବଲରେ ସିଙ୍ଗଲ ରନ ନେଇ କୋହଲି ଏହି କ୍ଲବରେ ନିଜକୁ ସାମିଲ କରିଛନ୍ତି। ଏହି କୃତିତ୍ୱ ଅର୍ଜନ କରିବାରେ କୋହଲି ହେଉଛନ୍ତି ୧୩ଶ ଭାରତୀୟ। ପୂର୍ବରୁ ସଚିନ ତେନ୍ଦୁଲକର (୨୫୩୫) ତାଲିକାର ସର୍ବାଗ୍ରେ ରହିଥିବାବେଳେ ତାଙ୍କ ପଛକୁ ସୁନିଲ ଗାଭାସ୍କର (୨୪୮୩), ରାହୁଲ ଦ୍ରାବିଡ (୧୯୫୦), ଗୁଣ୍ଡାପ୍ପା ବିଶ୍ୱନାଥ (୧୮୮୦), ଦିଲୀପ ଭେଙ୍ଗସରକାର (୧୫୮୯), କପିଳ ଦେବ (୧୩୫୫), ମହମ୍ମଦ ଆଜାରୁଦ୍ଦିନ (୧୨୭୮), ବିଜୟ ମଞ୍ଜରେକର (୧୧୮୧), ମହେନ୍ଦ୍ର ସିଂହ ଧୋନି (୧୧୫୭), ଫାରୁକ ଇଂଜିନିୟର (୧୧୧୩), ଚେତେଶ୍ୱର ପୂଜାରା (୧୦୬୧) ଓ ରବି ଶାସ୍ତ୍ରୀ (୧୦୨୬) ରହିଛନ୍ତି।

Leave A Reply