ଗୁଡି ସୁତାରେ ବେକ କଟି ୩ ମୃତ,୧୭୫ ଗୁରୁତର

0

ଗାନ୍ଧୀନଗର – ମକର ସଂକ୍ରାନ୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଗୁଡି ଉଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।  ଗୁଜୁରାଟରେ ଧୁମ୍‌ଧାମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ  । ପ୍ରତି ବର୍ଷ ଗୁଡି ଉଡାଯୋଗୁଁ ଗୁଜୁରାଟରେ ଅନେକ ଲୋକ ଆହତ ହୋଇ ଥାଆନ୍ତି ।  ଚଳିତବର୍ଷ ଗୁଡି ସୁତା ବେକରେ ଲାଗି ବେକ କଟି ଯିବାରୁ ଗୁଜୁରାଟରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମାଞ୍ଝା ସୁତାରେ ବେକ କଟି ପ୍ରବଳ ରକ୍ତସ୍ରାବ ହେବାଯୋଗୁଁ ଏହି ଲୋକମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଦୁଇଜଣ ଲୋକଙ୍କ ବେକରେ ସୁତା ଲାଗିବା ଯୋଗୁଁ ସେହି ସ୍ଥାନରେ ସେମାନଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଗୁଡି ଉଡାଇବା ସମୟରେ ଛାତରୁ ଖସି ପଡି ଅନେକ ଲୋକ ଆହତ ହୋଇଛନ୍ତି ।

ଗୁଜୁରାଟର ମେହସାନରେ ଗୁଡି ସୁତା ଲାଗିବାଯୋଗୁଁ ୮ ବର୍ଷରେ ତାଜିବ ଖାନ୍‌ ନାମକ ଛୋଟ ପିଲାରର ବେକ କଟିଯାଇଥିଲା । ତାକୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାହାର ମୃତ୍ୟୁ ହୋଇଛି । ସେ ସାଇକେଲ୍‌ ଚଳାଉଥିବା ବେଳେ ଗୁଡୁ ସୁତା ତା ବେକରେ ଲାଗିଥିଲା । ଅହମ୍ମଦାବାଦର ଧୋକଲାରେ ଅଶୋକ ପାଞ୍ଚାଲ ନାମକ ୪୫ ବର୍ଷିୟ ବ୍ୟକ୍ତି ମଟରସାଇକେଲ୍‌ରେ ଆସୁଥିବା ବେଳେ ବେକରେ ଗୁଡି ସୁତା ଲାଗିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବୀରେନ୍ଦ୍ରସିଂ ଗରାସିୟା ନାମକ ବ୍ୟକ୍ତିଙ୍କର ଆନନ୍ଦ ଜିଲ୍ଲା କାଥନା ଗ୍ରାମରେ ଗୁଡୁସୁତା ଲାଗି ମୃତ୍ୟୁ ହୋଇଛି । ଏଥିରେ ୫୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ୧୧୭ ଜଣ ଛାତରୁ ଖସି ପଡି ଆହତ ହୋଇଛନ୍ତି ।

Leave A Reply