କିମ୍‍ ଜୋଙ୍ଗ୍‍ ୟାଙ୍ଗ୍‍ ଇଣ୍ଟରପୋଲର ସଭାପତି

0

ଦୁବାଇ : ଦକ୍ଷିଣ କୋରିଆର କିମ୍‍ ଜୋଙ୍ଗ୍‍ ୟାଙ୍ଗ୍‍ ଦୁଇ ବର୍ଷ ପାଇଁ ଇଣ୍ଟରପୋଲର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୁବାଇରେ ଆନ୍ତର୍ଜାତିକ ପୁଲିସର ୮୭ତମ ସାଧାରଣ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ଇଣ୍ଟରପୋଲ ପକ୍ଷରୁ ଟ୍ୱିଟର୍‍ ମାଧ୍ୟମରେ ଏହି ସୂଚନା ଦିଆ ପାଇଛି।

କିମ୍‍ ଜୋଙ୍ଗ୍‍ ୟାଙ୍ଗ୍‍ କହିଛନ୍ତି, ବିଶ୍ୱରେ ଅଦ୍ଭୂୂତପୂର୍ବ ପରିବର୍ତ୍ତନ ଘଟୁଛି, ଯେଉଁଥିପାଇଁ ସର୍ବସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବଡ଼ ବଡ଼ ଚ୍ୟାଲେଞ୍ଜ୍‍ମାନ ଦେଖାଦେଇଛି। ସେ କହିଛନ୍ତି, ଏସବୁର ମୁକାବିଲା ପାଇଁ ଏକ ସ୍ପଷ୍ଟ ଯୋଜନାର ଆବଶ୍ୟକତା ରହିଛି। ଆତଙ୍କବାଦ ଓ ଆନ୍ତର୍ଜାତିକ ସଙ୍ଗଠିତ ଅପରାଧ ବିରୁଦ୍ଧରେ ସଂଗ୍ରାମ ପାଇଁ ବୈଷୟିକ ଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତାର ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଛି। ଯାହାଫଳରେ ବିଶ୍ୱକୁ ଏକ ନିରାପଦ ସ୍ଥାନରେ ପରିଣତ କରିବା ପାଇଁ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରାଯାଇପାରିବ।

Leave A Reply