ଆଇପିଏସ୍‍ ଖୁରାନିଆଙ୍କୁ ବିଏସ୍‍ଏଫ୍‍ ଆଇଜି ଦାୟିତ୍ୱ

0

ଭୁବନେଶ୍ୱର : ବରିଷ୍ଠ ଆଇପିଏସ, କମିସନରେଟ ପୁଲିସର ପୂର୍ବତନ କମିସନର ତଥା ଏଡିଜି ପ୍ରୋଭିଜନିଂ ଭାବେ କାର୍ଯ୍ୟ କରୁଥିବା ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ କେନ୍ଦ୍ର ସରକାର ଶ୍ରୀ ଖୁରାନିଆଙ୍କୁ ବିଏସଏଫ୍‍ (ବର୍ଡର ସିକ୍ୟୁରିଟି ଫୋର୍ସ)ର ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଖୁରାନିଆ ନିଯୁକ୍ତି ହେବାର ୫ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ଏତଦ୍‍ବ୍ୟତୀତ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଆଇଜି ଅସୀତ କୁମାର ପାଣିଗ୍ରାହୀଙ୍କୁ ଏଡିଜି କମୁନିକେସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୁରୁବାର ସନ୍ଧ୍ୟାରେ ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକଶ ପାଇଛି । ରାଜ୍ୟ ସରକାର ତାଙ୍କୁ ରିଲିଭ କରିଦେଇଥିବା ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

Leave A Reply