ଖୁଣ୍ଟାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

0

ଖୁଣ୍ଟା: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କାର୍ୟ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଡ଼ିଓ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ପାଳିତ ହୋଇଥିଲା। ଶ୍ରୀ ବେହେରା ଗୋପବନ୍ଧୁଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପସ୍ଥିତ ଥିବା ବ୍ଲକ କର୍ମଚାରୀ ଓ ଅନ୍ୟମାନେ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପଲତା ଦୀକ୍ଷିତ କାର୍ୟ୍ୟକ୍ରମ ପରିଚାଳନାରେରେ ସହାୟତା କରିଥିଲେ । କର୍ମଚାରୀଙ୍କ ମଧ୍ୟରେ ସିପି ପ୍ରତ୍ୟୁଷ ମିଶ୍ର, ଜିପିଇଓ ଅଶୋକ ଦାଶ, ମୁଖ୍ୟ କିରଣୀ ଦିଲୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମ୍ବାଦିକ ଦେବ ରଞ୍ଜନ ବେହେରା ଓ ବୁଲୁରାମ ଦାସଙ୍କ ସମେତ ସମାଜର ଖୁଣ୍ଟା ପ୍ରତିନିଧି ତପନ ମହାନ୍ତି ଜୟନ୍ତୀ ପାଳନରେ ସାମିଲ ହୋଇଥିଲେ ।

Leave A Reply