ଛଅ ଦଫା ଦାବିରେ ବନ କର୍ମଚାରୀଙ୍କ କଳାବ୍ୟାଜ୍ ଧାରଣ

0

ଖୁଣ୍ଟା : ମୟୁରଭଞ୍ଜ ଜିଲାର ଡୁକୁରା ବନ କର୍ମଚାରୀ ମାନେ ବିଭିନ୍ନ ଦାବି ପୂରଣ ପାଇଁ ସୋମବାର କଳାବ୍ୟାଜ୍ ଧାରଣ କରିଛନ୍ତି। ପୂର୍ବ ସୂଚନା ଅନୁସାରେ, ସେମାନେ ଛଅ ଦଫା ଦାବି ପୂରଣ ପାଇଁ ଗତ ନଭେମ୍ବର ମାସ ୪ତାରିଖରେ ଢେଙ୍କାନାଳରେ ଅନୁଷ୍ଠିତ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ଜରୁରୀ ବୈଠକ କ୍ରମେ ସଂଘର ସଭ୍ୟ, ସଭ୍ୟା ଯଥା ଡେପୁଟି ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମାନେ ସୋମବାର ଡିସେମ୍ବର ୧୦ ତାରିଖରୁ କଳାବ୍ୟାଜ୍ ଧାରଣ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ବନ୍ୟ ଜନ୍ତୁଙ୍କ ମୃତ୍ୟୁ ପାଇଁ ଫରେଷ୍ଟର ଓ ଗାର୍ଡ ମାନଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ପାଇଁ ଦାବି, ବିଟ୍ ଓ ସେକ୍ସନ ଗୁଡିକର ପୁନର୍ଗଠନ କରାଯିବା, ୨୦୦୮ ମସିହାରେ କରାଯାଇଥିବା ଘୋଷଣା ଅନୁସାରେ ୫୦ଟି ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ କରାଯିବା ଓ ଉକ୍ତ ଫୋର୍ସକୁ ଅତ୍ୟାଧୁନିକ ମାରଣାସ୍ତ୍ର ଓ ସରଞ୍ଜାମ ଯୋଗାଇଦେବା, ଏହି କର୍ମଚାରୀଙ୍କ କ୍ଷେତ୍ରରେ ୨୪ ଘଣ୍ଟିଆ କାର୍ଯ୍ୟ ସେବା ଘୋଷଣା କରାଯିବା ଓ ଆବଶ୍ୟକୀୟ ସୁବିଧା ଯୋଗାଇବା ଆଦି ଛଅ ଦଫା ଦାବି ରହିଛି। ଦାବି ପୂରଣ ନହେଲେ ଆସନ୍ତା୧୭ ତାରିଖରୁ ଏହି କର୍ମଚାରୀମାନେ ସାମୁହିକ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Leave A Reply