କେନ୍ଦ୍ରାପଡ଼ାରେ ଆକ୍ରମଣ ଘଟଣା ;  ଡିଜିପିଙ୍କୁ ଭେଟିଲେ ଖାରବେଳ  

0

କଟକ : ପୂର୍ବତନ ସାଂସଦ ତଥା ’ଉତ୍କଳ ଭାରତ’ ପାର୍ଟିର ସଭାପତି ଖାରବେଳ ସ୍ବାଇଁ ତାଙ୍କ ଉପରେ ବୁଧବାର କେନ୍ଦ୍ରାପଡ଼ାରେ ହୋଇଥିବା ଆକ୍ରମଣ ବିଷୟରେ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହିତ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି।  ଶ୍ରୀ ସ୍ୱାଇଁ ଡିଜିପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ଆଳିରେ ସାଂସଦ ପ୍ରତାପ ଦେବଙ୍କ ଲୋକ ଏବଂ ବିଜେଡି ନେତା ଆକ୍ରମଣ କରିଛନ୍ତି । ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ କହିବା ଯୋଗୁଁ ତାଙ୍କୁ ଆକ୍ରମଣ ହୋଇଥିଲା ବୋଲି ଡିଜିପିଙ୍କୁ କହିଛନ୍ତି । ଏପରି କି ମାଡ ମାରିବା ସମୟରେ କିଛି ବ୍ୟକ୍ତି ଟିଭିରେ ଅଭିଜିତ ଆୟାରଙ୍କ କଥା କାହିଁକି କହୁଛ ବୋଲି ପଚାରିଥିଲେ । ଆଗାମୀ ଦିନରେ  ବିଭିନ୍ନ ସଭା ସମିତିରେ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବା ପାଇଁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ବୁଧବାର କେନ୍ଦ୍ରାପଡା ଜିଲ୍ଲା ଆଳିରେ ଏକ ସଭାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା।  ଏହି ସଭାରେ ଶ୍ରୀ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଭାଷଣ ଦେଉଥିଲେ । ସେହି ସମୟରେ କେତେକ ଦୁର୍ବୃତ ତାଙ୍କୁ ଆକ୍ରମଣ କରିବା ସହ ଟଣା ଓଟରା କରି ଘୋଷାଡି ପକାଇଥିଲେ। ସେ ସଭାରୁ ନଗଲେ ତାଙ୍କୁ ହାଣିବାକୁ ମଧ୍ୟ ଧମକ ଦିଆ ଯାଇଥିଲା। ଶ୍ରୀ ସ୍ୱାଇଁଙ୍କର ଅନ୍ୟ ୨ଜଣ ସହଯୋଗୀ  ଏବଂ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା।

Leave A Reply