କେରଳ ମନ୍ତ୍ରୀଙ୍କ ଇସ୍ତଫା, ସିପିଏମ୍‍ ବିଧାୟକ ନିଲମ୍ବିତ

0

ତିରୁଅନନ୍ତପୁରମ୍‍ : କେରଳ ଜଳସମ୍ପଦ ମନ୍ତ୍ରୀ ମାଥ୍ୟୁ ଟି. ଥୋମାସ୍‍ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଅଢ଼େଇ ବର୍ଷ ହେଲା ମନଦ୍‍ତ୍‍ରୀ ଥିବା ଥୋମାସ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‍ଙ୍କୁ ପ୍ରଦାନ କରିଛନ୍ତି। ବାମପନ୍ଥୀ ନେତୃତ୍ୱାଧୀନ ମେଣ୍ଟ ସରକାରର ସହଯୋଗୀ ଦଳ ଜେଡି (ଏସ୍‍) ଥୋମାସଙ୍କୁ ପରିବର୍ତ୍ତନ କରିବାକୁ ଚାହିଁବାରୁ ସେ ପଦତ୍ୟାଗ କରିଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ଦଳ ଚିତ୍ତୁର ବିଧାୟକ କେ. କୃଷ୍ଣନ୍‍କୁଟ୍ଟୀଙ୍କୁ ମନ୍ତ୍ରୀ ପଦ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓ ସେ ମଙ୍ଗଳବାର ଶପଥ ଗ୍ରହଣ କରିବେ। କେରଳ ବିଧାନସଭାରେ ଜେଡି (ଏସ୍‍)ର ତିନି ଜଣ ସଦସ୍ୟ ଅଛନ୍ତି।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ସିପିଆଇ (ଏମ୍‍) କର୍ତ୍ତୃପକ୍ଷ ସୋରାନୁର ବିଧାୟକ ପି.କେ ଶଶିଙ୍କୁ ଦଳରୁ ୬ମାସ ପାଇଁ ନିଲମ୍ବନ କରିଛନ୍ତି। ଶଶିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ। ଦଳର ଜଣେ ସଦସ୍ୟା ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ।

Leave A Reply