କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା

0

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା।

ଏହା ବ୍ୟତୀତ କେରଳର ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ସଜାଗ ରହିଥିବା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଦଳ କେରଳରେ ପହଞ୍ଚି   ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି । ବାୟୁସେନାର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଥିବା ୨୪୦ ଜଣିଆ ଦଳ ମଧ୍ୟରେ ୨୨୫ ଜଣ ଫାୟାର ମେନ୍‍, ଲିଡିଂ ଫାୟାର ମେନ୍ ବୋଟ ଚାଳକ ଅଛନ୍ତି। ୧୫ ଜଣ ବରିଷ୍ଠ ତଦାରଖକାରୀ ଅଧିକାରୀ ରହିଛନ୍ତି। ଏହି ଟିମ୍୭୬ଟି ପାୱାର ବୋଟ୍‍, ୮ଟି ପାଣିରେ ବୁଡି ଖୋଜିବା ପୋଷାକ, ୧୦ଟି ଟାୱାରଲାଇଟ୍‍, ୩୫ଟି ମୋଟରଚାଳିତ କରତ, ୧୪ଟି ଟର୍ଚ୍ଚ, ୨୩୪ଟି ଲାଇଫ୍ଜ୍ୟାକେଟ୍‍, ୧୩୭ଟି ଲାଇଫ୍ବୟ(ସର୍କଲ), ୩୦ଟି ସ୍ଲିପିଂ ମ୍ୟାଟ୍ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଯାଇଛନ୍ତି। 

କେରଳର ପ୍ରଳୟଙ୍କରୀ ବନ୍ୟାରେ ୩୫୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇପଡିଛନ୍ତି

Leave A Reply