ଓଡ଼ିଶା ଫେରିଲେ କେରଳ ବନ୍ୟାରେ ଫଶିଥିବା ଶ୍ରମିକ

0

ବ୍ରହ୍ମପୁର: କେରଳ ବନ୍ୟାରେ ଫଶି ରହିଥିବା ଶ୍ରମିକ ନିଜର କିଛି ତିକ୍ତ ଅନୁଭୂତି ସହ ଓଡ଼ିଶା ଫେରି ଆସିଛନ୍ତି । କେରଳରେ ସୃଷ୍ଟି ହୋଇଥିବା ବନ୍ୟାର ବିଭିଷିକାରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅନେକ ଶ୍ରମିକ ଫଶି ରହିଥିଲେ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାରବର୍ଗ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଥିଲା । ଯାହା ଫଳରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବନ୍ୟାରେ ପ୍ରଭାବିତ ହୋଇଥିବା ଓଡ଼ିଶାର ଅନେକ ଲୋକ ଆଜି ଅପରାହ୍ନରେ ବ୍ରହ୍ମପୁର ଫେରିଛନ୍ତି । ବନ୍ୟାର ବିଭିଷିକାକୁ କିପରି ସେମାନେ ସାମନା କରିଥିଲେ ଆଉ ତାଙ୍କ ଆଖି ଆଗରେ କିପରି ଧ୍ୱଂସର ତାଣ୍ଡବ ଲୀଳା ରଚିଥିଲା ସେସବୁର ହୃଦୟ ବିଦାରକ ଦୃଶ୍ୟ କିପରି ଦେଖିଥିଲେ ତାହା ବର୍ଣ୍ଣନା କରିଛନ୍ତି । ଅନେକ କଷ୍ଟ ପରେ ସରକାରଙ୍କ ସହଯୋଗରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏମାନେ ପୁଣି ଥରେ ନିଜ ଘରକୁ ଫେରି ଆସିବା ପାଇଁ ସକ୍ଷମ ହୋଇଥିବାରୁ ସରକାରଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି ।

Leave A Reply