ଲୋକସଭା ନିର୍ବାଚନରେ ଆପ୍‍ ଓ ବିଜେପି ପ୍ରତ୍ୟକ୍ଷ ଲଢେଇ : କେଜରିୱାଲ

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଓ ଆମ୍‍ ଆଦମୀ ପାର୍ଟି (ଆପ୍‍) ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ ହେବ ବୋଲି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନରେ ଦିଲ୍ଲୀରେ ଆପ୍‍ ଅନ୍ୟ କୌଣସି ଦଳ ସହିତ ମେଣ୍ଟ କରିବାର ନାହିଁ। ତେଣୁ ବିଜେପି-ଆପ୍‍ ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ ହେବ। ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୯% ଭୋଟ ପାଇବ ବୋଲି କେଜରିୱାଲ ତାଙ୍କ ଟ୍ୱିଟରରେ କହିଛନ୍ତି। ଲୋକ ଅନୁଭବ କରିସାରିଲେଣି ଆପ୍‍ ହିଁ ସେମାନଙ୍କ ଅଧିକାର ପାଇଁ ଏକାକୀ ଲଢେଇ କରୁଛି। କଂଗ୍ରେସ ଓ ବିଜେପି ଦିଲ୍ଲୀବାସୀଙ୍କ ପାଇଁ କେବେ ବି ଚିନ୍ତା କରନ୍ତି ନାହିଁ। ସେ କହିଛନ୍ତି ଯେ ଦିଲ୍ଲୀର ୭ଟି ଯାକ ସଂସଦୀୟ କ୍ଷେତ୍ରରୁ ଯଦି ଆପ୍‍ ପ୍ରାର୍ଥୀ ବିଜୟୀ ହୋଇଥାନ୍ତେ ତେବେ ମେଟ୍ରୋ ରେଳ ଭଡା ବୃଦ୍ଧି ହୋଇ ନଥାନ୍ତା। ବିଜେପି ଉପରେ ଲୋକେ ଏବେ ଅସନ୍ତୁଷ୍ଟ ତେଣୁ ୨୦୧୯ ନିର୍ବାଚନରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ବିଜେପି ହସ୍ତକ୍ଷେପ କରୁଥିବା ନେଇ ଲୋକେ ଦଳ ଉପରେ କ୍ଷୁବ୍ଧ।

Leave A Reply