ଡିସେମ୍ବର ୧୩ ତାରିଖରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେସିଆର୍‌!

0

ହାଇଦ୍ରାବାଦ .- ତେଲେଙ୍ଗାନାରେ  ବିପୁଳ ବିଜୟ ହାସଲ କରିବା ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ  କେ ଚନ୍ଦ୍ର ଶେକର ରାଓ , କେସିଆର  ଡିସେମ୍ବର ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ  ଦ୍ୱିତୀୟଥର ଶପଥ ଗ୍ରହଣ କରିବେ ।  ବିଧାନସଭା ନିର୍ବାଚନରେ  ୧୧୯ଟି ଆସନରୁ ଟିଆର୍‌ଏସ୍‌ ୮୮ଟି ଆସନରେ ବିଜୟ ଲାଭ କରିଛି ।

୧୯୮୫ ମସିହା ପରଠାରୁ କେସିଆର ସବୁ ବେଳେ ନିର୍ବାଚନ ଜିତି ଆସିଛନ୍ତି । ଗୁରୁବାରରରେ ତାଙ୍କ  ସହ ଆଉ ଜଣେ କିମ୍ବା ଦୁଇ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି  କେସିଆର୍‌ ସୂଚନା ଦେଇଛନ୍ତି । ଏହାର ୫ ଦିନ ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।

Leave A Reply