ନବୀନ-କେସିଆର୍‌ ସାକ୍ଷାତ : ସବୁ ଆଞ୍ଚଳିକ ଦଳ ଏକାଠି ହେବା ଆବଶ୍ୟକ

0

ଭୁବନେଶ୍ବର : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ବିଭିନ୍ନ ଜାତୀୟ ପ୍ରସଙ୍ଗ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍ ସଂପର୍କରେ କେସିଆରଙ୍କ ସହିତ ଆଲୋଚନା କରିଥିଲେ। ପରେ ଉଭୟେ ଗଣ ମାଧ୍ୟମକୁ ବିଭିନ୍ନ ବିଷୟରେ ସୂଚନା ପ୍ରଦାନ କରିଥିଲେ।

କୃଷକମାନଙ୍କର ଉନ୍ନତି ପାଇଁ ନବୀନ ପଟ୍ଟନାୟକ ଭଲ ପଦ​​‌କ୍ଷେପ ‌ନେଉଛନ୍ତି ବୋଲି କେସିଆର କହିଛନ୍ତି । ସେହପରି ସବୁ ଆଞ୍ଚଳିକ ଦଳ ଏକାଠି ହେବା ଆବଶ୍ୟକ ଓ ଏହି ସବୁ ଆଞ୍ଚଳିକ ଦଳଗୁଡିକ ଏକାଠି ହେଲେ ହିଁ ବିଜେପି ଓ କଂଗ୍ରେସର ମୁକାବିଲା କରିପାରିବେ ବୋଲି ସେ କହିଛନ୍ତି । ଦେଶ ପରିବର୍ତ୍ତନ ଆବଶ୍ୟକ କରୁଛି ବୋଲି କେ. ଚନ୍ଦ୍ରଶେଖର ରାଓ ମତବ୍ୟକ୍ତ କରିଛନ୍ତି । ତେବେ କେସିଆର ଓ ନବୀନଙ୍କ ଏହି ସାକ୍ଷାତକୁ ରାଜନୈତିକ ମହଲରୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି।

ସପରିବାର ଓଡ଼ିଶା ଆସିଥିବା କେସିଆର ସୋମବାର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ସକାଳେ ସେ ପୁରୀ ଓ କୋଣାର୍କ ଯିବେ। ସେଠାରୁ ଫେରି ଅପରାହ୍ଣରେ କଲକତା ଗସ୍ତ କରିବେ। ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ନୂଆଦିଲ୍ଲୀ ଯିବେ।

Leave A Reply