ଆସୁଛି କେବିସିର କିଡ୍ସ ସ୍ପେସିଆଲ : କରନ୍ତୁ ଆପଣଙ୍କ ପିଲାର ରେଜିଷ୍ଟ୍ରେସନ୍‍

0

ମୁମ୍ବଇ : ଏବେ ଆପଣଙ୍କ ପିଲା ମଧ୍ୟ ଅମିତାଭ ବଚ୍ଚନଙ୍କ ଶୋ’ର ଉତ୍ତର ଦେଇ କୋଟିପତି ହୋଇପାରିବେ। ‘କୌନ ବନେଗା କରୋଡପତି’ର ସିଜିନ-୧୦ ଆରମ୍ଭ ହୋଇସାରିଛି। ଗୋଟିଏ ପାଶ୍ୱର୍ରେ ଯେଉଁଠି ଶୋ’ର ଲୋକପ୍ରିୟତା ବଢି ଚାଲିଛି, ଅପର ପାର୍ଶ୍ବରେ କେବିସି ଜୁନିୟର ଆରମ୍ଭ ହେବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ସାଧାରଣ ଜନତାଙ୍କ ସ୍ୱପ୍ନକୁ ସାକାର କରୁଥିବା ଏହି ଲୋକପ୍ରିୟ ଶୋ’ରେ ଛୋଟ ପିଲାଙ୍କୁ ଭାଗ ନେବାର ସୁଯୋଗ ମିଳିବ।
ଛୋଟ ପିଲାମାନେ ମଧ୍ୟ ଏବେ ବିଗ୍‍ବିଙ୍କ ପ୍ରଶ୍ନର ଉତ୍ତର ଦେଇ କୋଟିପତି ହୋଇପାରିବେ। ତେବେ କିଡ୍‍ସ ସ୍ପେସିଆଲ ଏପିସୋଡ ପାଇଁ ୨ ଅକ୍ଟୋବର ୨୦୧୮ରେ ରେଜିଷ୍ଟ୍ରେସନ୍‍ ଆରମ୍ଭ ହେବାକୁ ଯାଉଛି। ଏଥିରେ ଆପଣ ଆପଣଙ୍କ ପିଲାର ନାଁ’ ରେଜିଷ୍ଟ୍ରେସନ୍‍ କରିପାରିବେ। ଏସମ୍ପର୍କରେ ସୂଚନା ନିଜେ କେବିସିର ଉପସ୍ଥାପକ ତଥା ବିଗ୍‍ବି ଅମିତାଭ ବଚ୍ଚନ କାର୍ଯ୍ୟକ୍ରମରେ ହିଁ ଦେଇଛନ୍ତି।
ତେବେ ଖବରଟି କେବଳ ଛୋଟ ପିଲାଙ୍କ ପାଇଁ ନୁହେଁ ବରଂ ଉଭୟ ଅଭିଭାବକ ଓ ସ୍କୁଲମାନଙ୍କ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଯେଉଁମାନେ ନିଜ ପିଲାକୁ ଅମିତାଭଙ୍କ ଶୋ’ କୌନ ବନେଗା କରୋଡପତିର ହଟ୍ ସିଟ୍ ରେ ପହଞ୍ଚାଇବା ପାଇଁ ଚାହୁଁଛନ୍ତି ସେମାନେ ନିଜ ପିଲାର ପଞ୍ଜିକରଣ ଏଥିରେ କରିପାରିବେ। ସେହିପରି ସ୍କୁଲ ମଧ୍ୟ ନିଜ ମେଧାବୀ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍‍ କେବିସି କିଡ୍‍ସ ପାଇଁ କରିପାରିବେ।

Leave A Reply