ଦୁର୍ଘଟଣାରେ ୧୭ କାଉଡ଼ିଆ ଗୁରୁତର

0

ଆସିକା : ଆସିକା ନିକଟ ଢଉଗାଁଛକରେ ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ ଗାଡି ଓଲଟି ପଡିବାରୁ ସେଥିରେ ବସିଥିବା ୧୭ଜଣ କାଉଡିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ବୋଲବମ ଭକ୍ତମାନେ ଧରାକୋଟ ଅଞ୍ଚଳର।
ମିଳିଥିବା ସୂଚନା ଅନୁଯାୟୀ ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଷେକ ଲାଗି ଧରାକୋଟର ବୋଲବମ ଦଳ ଆଜି ଏକ ଟାଟା ମ୍ୟାଜିକରେ ଆସିକା ପୁଡୁଗେଶ୍ୱରପଲ୍ଲୀସ୍ଥିତ ବଡନଦୀ ଓ ଋଷିକୁଲ୍ୟା ନଦୀର ସଙ୍ଗମସ୍ଥଳକୁ ଆସୁଥିଲେ। ସଙ୍ଗମସ୍ଥଳରୁ ଜଳ ଧରି ଧରାକୋଟ ସ୍ୱପ୍ନେଶ୍ୱର ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ଥିଲା। ଅପରାହ୍ନ ପ୍ରାୟ ୩ଟା ବେଳେ ଢଉଗାଁ ଛକରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିରେ ବସିଥିବା ସବୁ କାଉଡିଆ ଗାଡି ତଳ ଚାପି ହୋଇଯାଇଥିଲେ। ଏଥିରେ ୧୭ଜଣ ଆହତ ହୋଇଥିଲେ। ଆହତ କାଉଡିଆମାନେ ହେଲେ ସତ୍ୟନାରାୟଣ ମହାରଣା, ଗୈାରା ସ୍ୱାଇଁ, ନବଘନ ଭଞ୍ଜ, ପପୁ ମହାନ୍ତି, ଗଣେଶଚନ୍ଦ୍ର ପ୍ରଧାନ, ବଳିଆ ଭୂୟାଁ, ରୁନୁ କହଁର, ଅର୍ଜୁନ କହଁର, ବିନୋଦ ବିଷୋୟୀ, ରାଜେଶ କୁମାର ସେଠୀ, ରାମଚନ୍ଦ୍ର ଭୂୟାଁ, ରାଜେନ୍ଦ୍ର ସ୍ୱାଇଁ। ଏମାନେ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗାଡି ଚାଳକ ଗଣେଶ ପ୍ରଧାନ, ବଲ୍ଲଭ ଭୂୟାଁ, ବସନ୍ତ କୁମାର ଭୂୟାଁ, କାହ୍ନୁ ଚରଣ ଗୈାଡ, କାହ୍ନୁଚରଣ ଜେନା ପ୍ରମୁଖଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।

Leave A Reply