ପାଣି ଉଠାଇଲା ବେଳେ ବୁଡିଗଲେ ୨ କାଉଡିଆ

0

ଜଗତସିଂହପୁର: ତିର୍ତ୍ତୋଲ ନିକଟରେ ଥିବା ମହାନଦୀ ଘାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘାଟରୁ ପାଣି ଉଠାଇଲା ବେଳେ ଦୁଇ ଜଣ ବୋଲବମ୍ ଭକ୍ତଙ୍କ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଯାବତ୍ ଅନ୍ୟ ଜଣେ ଭକ୍ତ ନିଖୋଜ ରହିଥିବା ଜଣାପଡିଛି । ଘାଟରେ ଉଦ୍ଧାରକରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply