ପୁଣି ପରଦାକୁ ଫେରିବେ କପିଲ ଶର୍ମା

0

ମୁମ୍ବଇ : କମେଡି କିଙ୍ଗ୍‍ ଭାବରେ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କପିଲ ଶର୍ମା ବର୍ତ୍ତମାନ ଜୀବନର ଖରାପ ସମୟ ଦେଇ ଗତି କରୁଛନ୍ତି। ଗତ କିଛି ମାସଧରି କମେଡି କିଙ୍ଗ୍‍ କପିଲ ଶର୍ମାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିନାହିଁ। କେବଳ ସାମାଜିକ ଗଣମାଧ୍ୟମରେ ହିଁ କପିଲଙ୍କ କିଛି ଫଟୋ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ କପିଲ ବର୍ତ୍ତମାନ ନିଜର ବାନ୍ଧବୀ ଗନିଙ୍କ ସହ ଗ୍ରିସରେ ଛୁଟି କଟାଇବାକୁ ଯାଇଛନ୍ତି। ଛୁଟିରୁ ଆସିବାପରେ କପିଲ ନିଜର କାର୍ଯ୍ୟ ଆରମ୍ଭ କରିବେ। କପିଲଙ୍କ ଯୋଜନା ମୁତାବକ ଅକ୍ଟୋବର ମାସରେ କପିଲ ଶର୍ମା ପୁଣି ଥରେ ପରଦାକୁ ଆସିପାରନ୍ତି। କେଉଁ କାମ କରିବେ, ସମୟ କିଛି ବି ବର୍ତ୍ତମାନ ସୁଦ୍ଧା ଠିକ୍‍ ହୋଇନାହିଁ।
କିଛି ମାସ ପୂର୍ବରୁ ‘କମେଡି ଟାଇମ୍ସ ୱିଥ୍‍ କପିଲ ଶର୍ମା’ ବନ୍ଦ ହେବାପରେ କମେଡିୟାନ କପିଲଙ୍କ ଖରାପ ଖବର ସାମ୍ନାକୁ ଆସିଥିଲା। ସାମାଜିକ ଗଣମାଧ୍ୟମରେ ମିଳିଥିବା ଫଟୋରେ କପିଲଙ୍କ ଓଜନ ବଢିଥିବା ଦେଖିବାକୁ ମିଳିଛି। ନିଜର ଓଜନ କମାଇବା ସହ ସେ ପୁଣି ଥରେ ପରଦାକୁ ଫେରିବେ ବୋଲି କପିଲ ନିଜର ପ୍ରଶଂସକଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, କମେଡିୟାନ ସୁନୀଲ ଗ୍ଲୋବଲଙ୍କ ସହ ଛଗଡା କରିବାପରେ କପିଲଙ୍କୁ ‘ଦ କପିଲ ଶର୍ମା ଶୋ’ ବନ୍ଦ କରିବାକୁ ପଡିଥିଲା। ଏହାପରେ କପିଲ ‘ଫ୍ୟାମିଲି ଟାଇମ୍ସ ୱିଥ୍‍ କପିଲ ଶର୍ମା’ ନାମକ ଏକ ସୋ ସହ ପୁଣି ଟେଲିଭିଜନ ଦୁନିଆକୁ ଆସିଥିଲେ। କିନ୍ତୁ ଏହାର କିଛି ଭାଗ ଦେଖିବାପରେ ପୁଣି ଏହାକୁ ବନ୍ଦ କରିଦେଇଥିଲେ।

Leave A Reply