ବିକାଶ ବହଲଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ କଙ୍ଗନା

0

ମୁମ୍ବଇ : ବଲିଉଡରେ ଗତ କିଛିଦିନ ହେବ ଗୋଟିଏ ପରେ ଗୋଟିଏ ଯୌନ ନିର୍ଯ୍ୟାତନା ଘଟଣା ଲୋକ ଲୋଚନକୁ ଆସୁଛି। ଏବେ ପୁଣି ଅଭିନେତ୍ରୀ କଙ୍ଗନା ରଣାୱତ୍‍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଏକ ସାକ୍ଷାତକାରରେ ସେ କହିଛନ୍ତି, “ଚଳଚ୍ଚିତ୍ର ‘କୁଇନ୍’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବହଲ୍ ତାଙ୍କୁ ଅନେକ ଥର ନିର୍ଯ୍ୟାତନା ଦେଇଥିଲେ। ବହଲ୍ ୨୦୧୪ରେ ବିବାହ କରିଥିଲେ ହେଁ ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ରହିଥିବା କଙ୍ଗନା କହିଛନ୍ତି। ଅଧିକାଂଶ ରାତିରେ ସେ ପାର୍ଟି ଦେଉଥିଲେ ଓ ମୋତେ ଆସିବାକୁ ବାଧ୍ୟ କରୁଥିଲେ। ପ୍ରଥମେ ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ମୁଁ ବୁଝିପାରିନଥିଲି। ହେଲେ ଧିରେ ଧିରେ ଏହା ଜାଣିବା ପରେ ତାଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲି”।

କଙ୍ଗନା ପୁନଶ୍ଚ କହିଛନ୍ତି, “ଯେ ବହଲ୍ ମୋତେ ଆଲିଙ୍ଗନ କଲାବେଳେ ଜୋରରେ ଭିଡ଼ି ଧରିଥା’ନ୍ତି। ତାଙ୍କଠାରୁ ନିଜକୁ ମୁକ୍ତ କରିବା ପାଇଁ ମୋତେ ସବୁ ବଳ ଖଟାଇବାକୁ ପଡ଼ିଥାଏ”। ଏହାପରେ ସେ ବିକାଶ ବହଲଙ୍କ ୨-୩ଟି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ। ତେବେ ଦିନକୁ ଦିନ ଏଭଳି ଘଟଣା ବଲିଉଡର ପରଦା ପଛର ରହସ୍ୟକୁ ଉନ୍ମୋଚନ କରୁଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Leave A Reply