ପ୍ରଧାନ ଶିକ୍ଷକ ବଳରାମ ସାହୁଙ୍କ ଅବସର କାଳିନ ସମ୍ବର୍ଦ୍ଧନା ସଭା

0

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ ଅନ୍ତର୍ଗତ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ତିନୋଟି ଜିଲାର ତ୍ରୀକୁଟରେ ଅବସ୍ଥିତ ଏକ ପୁରାତନ ଓ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହି ଉଚ୍ଚ ବିଦ୍ୟାଳୟର ଦ୍ୱାବିଂଶ ତମ ପ୍ରଧାନ ଶିକ୍ଷକ ବଳରାମ ସାହୁଙ୍କ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ରବିନାରାୟଣ ମଙ୍ଗରାଜଙ୍କ ସଂଜୋଯନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଏଥିରେ ସ୍ଥାନିୟ ବିଧାୟକ ପ୍ରଭାତ ତ୍ରୀପାଠି ମୁଖ୍ୟ ଅତିଥି, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶୁବାସ ପାଢି, ପୂର୍ବତନ ଓଷ୍ଟା ସାଧାରଣ ସମ୍ପାଦକ କିଶୋର କୁମାର ପଣ୍ଡା ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଶିକ୍ଷକ ଧରମୁଧର ଜୁଝାର ସିଂ, ବସନ୍ତ ନାୟକ, ସୁରେସ କୁମାର ସାହୁ , ଚୈତନ୍ୟ ଭୋଇ ପ୍ରମୁଖ ଯୋଗଦେଇ ବିଦାୟୀ ଅଭିଭାଷଣ ଦେବା ସହ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ବିଦାୟୀ ଶିକ୍ଷକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମିରଜା ସରଦ୍ଧାର।ଲ୍ଲୀବେଗ, ଅନନ୍ତ ଚରଣ ଦାସ, କେନ୍ଦୁପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ମଧୁସୁଦନ ମହାପାତ୍ର, ବଳଭଦ୍ରପୁର ସରପଞ୍ଚ ବିଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରଥମେ କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଦ୍ୱୀତିୟରେ ବାଙ୍କୀ ଗୟଳବାଙ୍କ ହାଇସ୍କୁଲ ଏବଂ ପରେ କଳାପଥର -ଧଳାପଥର ଉଚ୍ଚ ବିଦ୍ୟାଳୟ ଏବଂ ବୈଦ୍ୟେଶ୍ୱର ଉଚ୍ଚ ବିଦ୍ୟାଳୟ ଦାୟିତ୍ୱରେ ପ୍ରଧାନ ଶିକ୍ଷକ ଭାବେ ସୁଚାର ରୂପେ ଦାୟିତ୍ୱ ତୁଲାଇ ଅନୁଷ୍ଠାନ ଗୁଡିକୁ ବହୁ ଅଗ୍ରଗତି କରିଥିବାରୁ ନିମତ୍ର୍‍ୀତ ଅତିଥିଙ୍କ ସମେତ ଅଞ୍ଚଳବାସି ତାଙ୍କର ପ୍ରସଂଶା କରିଥିଲେ। ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧୀତ କରାଯାଇଥିଲା। ଶେଷରେ ଶିକ୍ଷକ ନିଳକଣ୍ଠ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply