କେନ୍ଦୁପଲ୍ଲୀରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

0

କଳାପଥର : ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତରେ ପିଠା ଯୋଜନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଏହି ପିଠା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ଏହା ଆମ ଗାଁ ଆମ ବିକାଶର ଏକ ଅଂଶ ସ୍ୱରୂପ। ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଏ ପରିପେକ୍ଷିରେ କେନ୍ଦୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବାଦ୍ଧି ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ବିଡିଓ ପ୍ରଭାତ କୁମାର ସାହୁ ଯୋଗଦେଇ ରାଝ୍ୟ ସରକାରଙ୍କ ଏପରି ଲୋକାଭିମୁଖି ଯୋଜନା ଜରିଆରେ ଗ୍ରାମାଞ୍ଚଳର ଲୋକେ ବିଶେଷ ଉପକାରିତା ହୋଇପାରିବେ ବୋଲି ବ୍ୟକ୍ତବ୍ୟରେ କହିଥିଲେ। ଏହି ଅବସରରେ ହରିଶ୍ଚନ୍ଦ୍ର ଯୋଜନା ,ମଧୁ ବାବୁ ଭତ୍ତା,ଭିନ୍ନକ୍ଷମ ଭତ୍ତା,ବାର୍ଦ୍ଧକ୍ୟ ଭତ୍ତା ଅନ୍ତଭୃକ୍ତ ହିତାଧିକାରୀଙ୍କୁ ସହାୟତା ରାଶୀ ଓ ୮ ଜଣଙ୍କୁ କଳାକାର ଭତ୍ତା ବଣ୍ଟନ କରାଯାଇ ଥିଲା। ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଭ୍ୟାମାନେ ସେମାନଙ୍କ ହାତ ତିଆରି ସ୍ୱାଦିଷ୍ଟ କାକରା ପିଠା ବଣ୍ଟନ କରିଥିଲେ। କାଳୁ ବାବୁଙ୍କ ପରିଚାଳନାରେ ୫୦୦ ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ଯୋଗଦେଇ ଭାତ-ଡାଲମା-ଖଟା ପଂକ୍ତି ଭୋଜନ ଉପସ୍ଥିତ ଲୋକ ମାନଙ୍କ ଦ୍ୱାରା ବେଶ୍‍ ଆଦୃତ ହୋଇଥିଲା।

Leave A Reply