କାଳାହାଣ୍ଡିର ହାତୀ ନଦୀରେ ଜଳସ୍ତର ବୃଦ୍ଧି, ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ମହିଳା ଗୁରୁତର

0

କଲମପୁର:  ଲଘୁଚାପର ପ୍ରଭାବରେ କଳାହାଣ୍ଡିର କଲମପୁରରେ ପ୍ରବଳ ବର୍ଷା ହେବା ଯୋଗୁଁ ହାତୀ ନଦୀର            ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା କରାଯ।ଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ   ବୀରପୁର ମାଟିଖାଲ ଗାଁ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚର ପାଣି ଚାଲିଛି ।

ପ୍ରବଳ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଲକର କାନିଗୁମା ପଞ୍ଚାୟତରେ ଥିବା ଜାବଙ୍ଗ ଗ୍ରାମରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ମହିଳା ଗୁରୁତର ହୋଇଛନ୍ତି । ଲକ୍ଷଣ ମାଝୀଙ୍କର ପତ୍ନୀ ମଞ୍ଜୁଳା   ରୋଷାଇ ଘରେ ଖାଇ ବସିଥିବାବେଳେ କାନ୍ଥଟି ଭୁଶୁଡି ପଡିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ  ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ମାତ୍ର ଅବସ୍ଥା ଖରାପ ହେବାରୁ ଅଧିକ ଚିକିତ୍ସା ପାଇଁ ଭବାନୀ ପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply